ଭଦ୍ରକ: ଜିଲ୍ଲାବାସୀଙ୍କ ଦୁଃଖ ବଢାଇଛି ଏସକେପ । ଏସକେପ ଯୋଗୁଁ ବ୍ୟାପକ ପ୍ରଭାବିତ ହେଉଛନ୍ତି ଅଞ୍ଚଳବାସୀ । ବୈତରଣୀରେ ବନ୍ୟା ଆସିଲେ ମୁଖ୍ୟତଃ କଣ୍ଟିଘାଇ, ବାଲିପୋଖରୀ ଏସକେପରେ ବନ୍ୟା ଜଳ ପ୍ରଭାବିତ ହୋଇ ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛି ।
ଏଥିସହ କନକେଇ, କାଞ୍ଜିଆପାଳ, ମଲ୍ଲିମାହାରା, ଗୌରାଙ୍ଗପୁର ଓ କାଞ୍ଜିଆପାଳ ଆଦି ଏସକେପ ମଧ୍ଯ ଜିଲ୍ଲା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଯାହାକୁ ତୀବ୍ର ପ୍ରତିବାଦ କରିଛି ନବନିର୍ମାଣ କୃଷକ ସଙ୍ଗଠନ। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ, ଭଣ୍ଡାରିପୋଖରୀ ଠାରୁ ଚାନ୍ଦବାଲି ପର୍ଯ୍ୟନ୍ତ , ବୈତରଣୀ ନଦୀର ବାମ ପାର୍ଶ୍ଵରେ କଙ୍କ୍ରିଟ ନଦୀ ବନ୍ଧ ନିର୍ମାଣ କରିବାକୁ ଦାବି ହୋଇଛି। ଏନେଇ ସେପ୍ଟେମ୍ବର 14 ତାରିଖ ଦିନ କଣ୍ଟିଘାଇ ପାଖରେ ଏକ ଗଣ ସତ୍ୟାଗ୍ରହ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ