ETV Bharat / state

ପବିତ୍ର ରମଜାନ ମାସ: ନିଷ୍ଠାର ସହ ରୋଜା ରଖୁଛନ୍ତି ଇସଲାମ ଧର୍ମାବଲମ୍ବୀ, ସନ୍ଧ୍ୟାରେ ଜମୁଛି ଇଫତାର ପାର୍ଟି - Ramadan celebration in Bhadrak

ଚାଲିଛି ପବିତ୍ର ମାସ ରମଜାନ । ଆହ୍ଲାଙ୍କୁ ଉପାସନା କରି ରୋଜା ରଖୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଭାଇଚାରାର ସହର କୁହାଯାଉଥିବା ଭଦ୍ରକରେ ମଧ୍ୟ ମୁସଲମାନ ବ୍ୟକ୍ତିବିଶେଷ ସୂର୍ଯ୍ୟାଦୋୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜଳ ଉପବାସ ରହି ରୋଜା ପାଳନ କରୁଛନ୍ତି । ତେବେ ଜାଣନ୍ତୁ କାହିଁକ ପାଳନ ହୁଏ ରୋଜା ଓ କ'ଣ ଏହାର ମହତ୍ତ୍ବ ?

ପବିତ୍ର ରମଜାନ ମାସ
ପବିତ୍ର ରମଜାନ ମାସ
author img

By

Published : Apr 16, 2023, 3:58 PM IST

ନିଷ୍ଠାର ସହ ରୋଜା ରଖୁଛନ୍ତି ଇସଲାମ ଧର୍ମାବଲମ୍ବୀ

ଭଦ୍ରକ: ଇସଲାମ ଧର୍ମର ସବୁଠୁ ପବିତ୍ର ମାସ ରମଜାନ । ମୁସଲମାନ ସମ୍ପ୍ରଦାୟର ଲୋକେ ଆହ୍ଲାଙ୍କୁ ଉପାସନା କରି ଏହି ମାସରେ ରୋଜା ରଖିଥାନ୍ତି । ଇସଲାମରେ ରୋଜା ବା ଉପବାସ ରଖିଲେ ଆହ୍ଲାଙ୍କ ସାନ୍ନିଧ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ବର୍ତ୍ତମାନ ରମଜାନ ଚାଲିଥିବାବେଳେ ଭାଇଚାରାର ସହର ଭଦ୍ରକ ଜିଲ୍ଲାରେ ମଧ୍ୟ ଇସଲାମ ଧର୍ମାବଲମ୍ବୀମାନେ ବେଶ୍ ନିଷ୍ଠା ସହକାରେ ରୋଜା ପାଳନ କରୁଛନ୍ତି । ଏହାସହିତ ପ୍ରତିଦିନ ରୋଜା ଭାଙ୍ଗିବା ପାଇଁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଇଫତାର ପାର୍ଟିକୁ ମଧ୍ଯ ଉତ୍ସାହର ସହିତ ପାଳନ କରୁଛନ୍ତି ।

ରମଜାନ ମାସ ସାରା ପାଳନ ହେଉଥିବା ଉପବାସ ବା ରୋଜା ଇଦ୍ ଦିନ ଶେଷ ହୋଇଥାଏ । କୁହାଯାଏ ମାସକ ପାଇଁ ରୋଜା ବା ଉପବାସ ରଖିଲେ ଶ୍ରଦ୍ଧାଳୁଙ୍କ ପାଇଁ ଏହା ରକ୍ଷା କବଚ ପାଲଟେ । ପ୍ରତିଦିନ ସୂର୍ଯ୍ୟାଦୋୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜଳ ଉପବାସ ରଖିବା ସହ ସମସ୍ତ ୫ ଇନ୍ଦ୍ରିୟରେ ସଂଯମତା ରକ୍ଷା କରି ରୋଜା ପାଳନ କରାଯାଏ । ସମସ୍ତ ଇସଲାମ ସମ୍ପ୍ରଦାୟର ଭାଇ ଭଉଣୀମାନେ ଏହି ମାସରେ ୩୦ ଦିନ ରୋଜା ରଖି, ୩୦ ପାରା କୁରାନ ପାଠ କରିବା ସହ ଦୈନିକ ୫ ଥର ନମାଜ ପାଠ କରିଥାନ୍ତି ।

ରମଜାନ ମାସରେ କେବଳ ଗୋଟିଏ ପ୍ରହର ଖାଇ ରୋଜା ଭାଙ୍ଗିଥାନ୍ତି ଇସଲାମ ଧର୍ମାବଲମ୍ବୀ । ମଧ୍ୟରାତ୍ରିର ସେହେରୀରୁ ଆରମ୍ଭ ହୋଇଥାଏ ରୋଜା । ଦିନ ତମାମ ଉପବାସ ରଖିବା ପରେ ସନ୍ଧ୍ୟାରେ ସେମାନେ ରୋଜା ଭାଙ୍ଗିଥାନ୍ତି । ପରେ ମସଜିଦରେ ସମୂହ ନମାଜ ପାଠ ହୁଏ । ମହିଳାମାନେ ମଧ୍ୟ ଘରେ ନମାଜ ପାଠ କରିବା ସହ କୁରାନ ପାଠ କରିଥାନ୍ତି । ରୋଜା ଭାଙ୍ଗିବା ପରେ ସନ୍ଧ୍ୟାରେ ଜମେ ଇଫତାର ପାର୍ଟିର ଆସର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ସୁସ୍ବାଦୁ ଖାଦ୍ୟ ସହ ମାହୋଲକୁ ବେଶ୍‌ ଉପଭୋଗ କରନ୍ତି । ରୋଜା ଖୋଲିବା ପରେ ଯେଉଁ ଭୋଜନ କରାଯାଏ ତାହାକୁ ଇଫତାର କୁହାଯାଏ । ରମଜାନ ମାସରେ ଆରମ୍ଭ ହୋଇଥିବା ରୋଜା ଇଦରେ ଶେଷ ହୁଏ । ରମଜାନର ଶେଷ ଦିନରେ ପାଳନ ହୁଏ ଇଦ୍ । ଶେଷ ରାତିରେ ଜହ୍ନ ଦେଖିବା ପରେ ପରଦିନ ଇଦ୍‌ ପାଳନ କରାଯାଏ ।

କାହିଁକି ପାଳନ ହୁଏ ରୋଜା ?

ମହମ୍ମଦଙ୍କ ନିର୍ଦ୍ଦେଶ ମୁତାବକ ରୋଜା ରଖି ପ୍ରତ୍ୟେକ ସକ୍ଷମ ବ୍ୟକ୍ତି ଫିତରା ଏବଂ ଜକାତ ଆକାରରେ ଦୁଇ ପ୍ରକାରର ଦାନ କରିଥାନ୍ତି । ବିଶ୍ବାସ ରହିଛି ବର୍ଷ ସାରା ଭଲ କାମ କଲେ ଯେତିକି ପୁଣ୍ୟ ମିଳେ ରମଜାନ ମାସରେ ତାହା କଲେ 27 ଗୁଣା ଅଧିକ ମିଳିଥାଏ । ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ମୁସଲମାନମାନଙ୍କ ପାଇଁ ଏହା ସବୁଠୁ ବଡ଼ ପର୍ବ ।

ଭାଇଚାରର ସହର କୁହାଯାଉଥିବା ଭଦ୍ରକରେ ଆୟୋଜିତ ହେଉଛି ଇଫତାର ପାର୍ଟି । ସହରର ମଦିନା ମୈଦାନଠାରେ ବିଜେଡିର ଭଦ୍ରକ ଜିଲ୍ଲା ଟାଉନ କମିଟି ପକ୍ଷରୁ ବିଶାଳ ଦାୱତ ଏ ଇଫତାର ପାର୍ଟି ଆୟୋଜିତ କରାଯାଇଥିଲା । ଏଥିରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଏବଂ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସମେତ ବହୁ ଲୋକମାନେ ଯୋଗ ଦେଇଥିଲେ । ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ପରସା ଯାଇଥିବା ସୁସ୍ବାଦୁ ଖାଦ୍ୟ ଭୋଜନ କରିବା ସହ ଇଫତାର ପାର୍ଟିର ମଜା ନେଇଥିଲେ । ତେବେ ରମଜାନ ମାସରେ ପ୍ରତିଦିନ ନିର୍ଜଳା ଉପବାସ ରଖି ରୋଜା ପାଳନ କରିବା ଏକ ନିଆରା ଅନୁଭୂତି । ଏହାଦ୍ବାରା ଆହ୍ଲାଙ୍କ ସାନିଧ୍ୟ ଲାଭ କରିହୁଏ ବୋଲି ଇସଲାମ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ବିଶ୍ଵାସ ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.