ETV Bharat / state

75 ବର୍ଷ ଧରି ସମ୍ପର୍କ ଯୋଡୁଛି ମୁନ୍‌ସି ମେଳଣ - bhadark

942 ଥାନା ପୋଡି ପରେ ତିକ୍ତ ହୋଇଥିଲା ପୋଲିସ ଓ ଜନତା ସମ୍ପର୍କ । ଆଉ ଏଥିରେ ସୁଧାର ପାଇଁ ମୁନ୍‌ସି ମେଳଣ ଆରମ୍ଭ ହୋଇଥିଲା । ସମ୍ପର୍କର ନୂଆ ଡୋରି ବାନ୍ଧିଥିଲେ ସେତେବେଳର ଥାନା ବଡ ବାବୁ ଲାଲ ମୁନ୍‌ସି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Mar 19, 2019, 9:04 PM IST

ଭଦ୍ରକ: ମେଳା କେବଳ ଆନନ୍ଦ ବିଳାସ ପାଇଁ ନୁହେଁ । ଏହା ଯୋଡେ ସମ୍ପର୍କ । ଦେଖାଏ ନୂଆ ଆଶା । ଏହି ଐତିହାସିକ ତଥା ନିଆରା ମେଳା ହେଉଛି 75 ବର୍ଷ ଧରି ପାଳିତ ହେଉଥିବା ଭଦ୍ରକ ଭଣ୍ଡାରିପୋଖରୀର ମୁନ୍‌ସି ମେଳଣ । ପୁରପଲ୍ଲୀରେ ପାଳନ ହେଉଥିବା ପାରମ୍ପରିକ ମେଳଣ ଠାରୁ ଏହା ଅଲଗା । ଏହି ମେଳା ପୋଲିସ-ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ଯୋଡିଥାଏ । 1942 ଥାନା ପୋଡି ପରେ ତିକ୍ତ ହୋଇଥିଲା ପୋଲିସ ଓ ଜନତା ସମ୍ପର୍କ । ଆଉ ଏଥିରେ ସୁଧାର ପାଇଁ ମୁନ୍‌ସି ମେଳଣ ଆରମ୍ଭ ହୋଇଥିଲା । ସମ୍ପର୍କର ନୂଆ ଡୋରି ବାନ୍ଧିଥିଲେ ସେତେବେଳର ଥାନା ବଡ ବାବୁ ଲାଲ ମୁନ୍‌ସି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ 35ଟି ଠାକୁର ବାଡି ମେଳଣକୁ ଆସିଥିଲେ । ଠାକୁରଙ୍କ ପୂଜା ସହ ପୋଲିସ-ଜନତା ଖେଳିଥିଲେ ରଙ୍ଗ ଖେଳ । ହଜାର ହଜାର ଦର୍ଶକଙ୍କୁ ପୋଲିସ ସୁରକ୍ଷା ଯୋଗାଇଥିଲା । ହସଖୁସିରେ ଯୋଡି ହୋଇଥିଲା ଏକ ନୂଆ ସମ୍ପର୍କ ।

ଜଣେ ବ୍ରିଟିଶ ପୋଲିସ ହୋଇ ମଧ୍ୟ ମୁନ୍‌ସି ଦେଖାଇଥିଲେ ନିଆରା ମାନସିକତା । ଆଜି ସେ ନାହାନ୍ତି କିନ୍ତୁ ତାଙ୍କ ମେଳଣ ପ୍ରତିବର୍ଷ ତାଙ୍କୁ ଝୁରୁଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

1942 ମସିହା ଅଗଷ୍ଟ 17 ତାରିଖ ଭରତ ଛାଡ ଆନ୍ଦୋଳନ ସମୟରେ କ୍ରାନ୍ତିକାରୀ ପୋଡି ଦେଇଥିଲେ ଭଣ୍ଡାରିପୋଖରୀ ଥାନା ପରେ ପୁଲିସ ଏବଂ ଜନତାଙ୍କ ମଧ୍ୟରେ ସୁସମ୍ପର୍କର ଡୋରି ବନ୍ଧା ହେବା ପାଇଁ ଆରମ୍ଭ ହୋଇଥିଲା ମୁନ୍ସି ମେଳଣ ରଙ୍ଗ ଖେଳରେ ମସଗୁଲ ହୋଇଥିଲେ ପୁଲିସ ଜନତା ସେବେଠୁ ଚାଲି ଆସିଛି ଏହି ଏୈତିହାସିକ ମୁନ୍ସି ମେଳଣ

VO-1 : ରାଜ୍ଯର ପୁରପଲ୍ଲୀରେ ପାଳନ ହେଉଛି ପାରମ୍ପରିକ ମେଳଣ ହେଲେ ଭଣ୍ଡାରିପୋଖରୀର ଏୈତିହାସିକ ମୁନ୍ସି ମେଳଣ ବେଶ୍ ନିଆରା 1942 ମସିହା ଥାନା ପୋଡି ପରେ ପୁଲିସ ଏବଂ ଜନତାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା ଏହି ସମ୍ପର୍କରେ ସୁଧାର ଆଣିବା ପାଇଁ ସେତେବେଲର ଥାନା ବଡ ବାବୁ ଲାଲ ମୁନ୍ସି 1944 ମସିହାରେ  ସମ୍ପର୍କର ନୂଆ ଡୋରି ବାନ୍ଧିଥିଲେ ବ୍ରିଟିଶ ପୁଲିସରେ ଥାଇବି ତାଙ୍କର ଏହି ମାନସିକତା ଏବେବି ଉଦାହରଣ ହୋଇ ରହିଛି ମେଳଣ ମାଧ୍ୟମରେ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନର ଏହି ପ୍ରୟାସ ଆଜିବି ଥାନା ବଡ ବାବୁଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି ଯାହାକି ଏହି ମେଳଣ ଆଜି ପାଲଟିଛି ଏୈତିହାସିକ ମୁନ୍ସି ମେଳଣ

Bite_1_ଲକ୍ଷ୍ମୀଧର ନାୟକ_କମିଟି ସଦସ୍ୟ 

Bite_2_ମନୋରଞ୍ଜନ ସାମଲ_ ଏସ ଡି ପିଓ 

VO-2 :  ଦୀର୍ଘ 75 ବର୍ଷ ଧରି ଅନୁଷ୍ଠିତ ହେଉଛି ଏହି ଏୈତିହାସିକ ମୁନ୍ସି ମେଳଣ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ 35 ଟି ଠାକୁର ବାଡ଼ିକୁ ଥାନା ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା ଏହି ମେଳଣକୁ ଠାକୁର ବଡିଆମାନେ ରାଧାଗୋବିନ୍ଦଙ୍କୁ ସୁସଜ୍ଜିତ ବିମାନରେ ବସାଇ ରୋଷଣୀ କରି ବିରାଟ ଶୋଭାଯାତ୍ରାରେ ପହଞ୍ଚି ଥିଲେ ଥାନା ପରିସରରେ ଥିବା ମେଳଣ ପଡିଆରେ ଏହା ପରେ ପୁଲିସ ଏବଂ ଜନତାଙ୍କ ମଧ୍ୟରେ ରଙ୍ଗ ବୋଳା ବୋଲି ହେବା ସହ ଠାକୁରଙ୍କ ପୂଜା ଯଥା ରୀତି ଅନୁଷ୍ଠିତ ହୋଇଥିଲା ଏହି ଏୈତିହାସିକ ମେଳଣକୁ ଉପଭୋଗ କରିବା ପାଇଁ ହଜାର ହଜାର ଦର୍ଶକ ସମବେତ ହୋଇଥିଲେ। ପାଗ ଅନୁକୂଳ ଥିବା ସହ ଜନସମାଗମ କୁ ଦୃଷ୍ଟିରେ ରଖି ଦୃଷ୍ଟିରେ ରଖି ବହୁ ଉଠାଦୋକାନୀ ଦୁଇପଇସା ରୋଜଗାର କରିବା ପାଇଁ ସେମାନଙ୍କ ପସାରା ମିଳାଇଥିଲେ। ଏଥିସହ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। 

Bite_3_ରାଜକିଶୋର ପଣ୍ଡା_ପୂଜକ 

Bite_4_ଅବିନାଶ ରାଉତ_ଶ୍ରଦ୍ଧାଳୁ 

FVO: ରାଜସ୍ଥାନର ଲାଲ ମୁନ୍ସି ଆଜି ନାହାନ୍ତି ସତ ହେଲେ ତାଙ୍କର ଏହି ଏୈତିହାସିକ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.