ETV Bharat / state

ଭଦ୍ରକ ପୋଲିସକୁ ସଫଳତା, କୋଟିଏରୁ ଊର୍ଦ୍ଧ୍ବ ମୂଲ୍ୟର ଧଳାଜହର ଜବତ

ଭଦ୍ରକ ଚରମ୍ପା ନିକଟସ୍ଥ ଧାମରା ରେଳ ଓଭରବ୍ରିଜ ନିକଟରୁ ୧ କୋଟି ମୂଲ୍ୟରୁ ଅଧିକ ବ୍ରାଉନସୁଗାର ଜବତ କରିଛି ପୋଲିସ। ଅଧିକ ପଢନ୍ତୁ...

ଭଦ୍ରକ ପୋଲିସକୁ ସଫଳତା, ୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗାର ଜବତ

author img

By

Published : Jul 17, 2021, 1:52 PM IST

ଭଦ୍ରକ: ଜିଲ୍ଲା ପୋଲିସ କବଜାରେ ପଡିଛନ୍ତି ବ୍ରାଉନ ସୁଗାର ମାଫିଆ । ଜିଲ୍ଲାରୁ ୧ କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାରକୁ ଜବତ କରାଯାଇଛି । ଏହି ନିଶାଦ୍ରବ୍ୟ ଜଳେଶ୍ବରରୁ ଚାଲାଣ ହେଉଥିଲା । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗାର ଜବତ

ଜବତ ହୋଇଥିବା ଏହି ବ୍ରାଉନସୁଗାରର ଓଜନ ୧ କିଲୋ ୯୦ ଗ୍ରାମ ହୋଇଥିବା ବେଳେ ବ୍ରାଉନସୁଗାରର ମୂଲ୍ୟ 1 କୋଟିରୁ ଅଧିକ ଟଙ୍କା ବୋଲି ଜଣାପଡିଛି । ଜଳେଶ୍ବରର ବ୍ରାଉନସୁଗାର ମାଫିଆ ଚାଚିର ଭାଇ ଓ ମୋଷ୍ଟ ୱାଣ୍ଟେଡ଼ ଏସକେ ଅସଗରର ଶ୍ୱଶୁର ଏସକେ ଅବଦୁଲ ହମିଦ ମଧ୍ୟ ଗିରଫ ହୋଇଛନ୍ତି । ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସକୁ ଏହି ବଡ ସଫଳତା ମିଳିଛି । ଏହି ନିଶାଦ୍ରବ୍ୟଗୁଡିକ ଅଟୋରେ ଭଦ୍ରକ ଆଣୁଥିବା ବେଳେ 16 ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟସ୍ଥ ଧାମରା ରେଳ ଓଭରବ୍ରିଜ ନିକଟରେ ଗ୍ରାମାଞ୍ଚଳ ପୋଲିସ ଏହାକୁ ଜବତ କରିଛି ।

ଘଟଣାସ୍ଥଳରେ ହିଁ ଅଟୋରେ ଥିବା 4 ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଅଟୋ ସହ ନଗଦ 1 ଲକ୍ଷ ଟଙ୍କା ଜବତ ହୋଇଛି । ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଉଦୟପୁର ଗାଁର ମନୋଜ ଦାସ, ଭଦ୍ରକ ଗ୍ରାମାଞ୍ଚଳ ଥାନା ବରାଳପୋଖରୀ ଗାଁର କୁନିଲତା ଷଡଙ୍ଗୀ ଓ ଅଜୟ କୁମାର ଷଡଙ୍ଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.