ETV Bharat / state

ଭଦ୍ରକ ଚରମ୍ପାରେ ମାଙ୍କଡ ଆତଙ୍କ, ଧରି ପାରୁନି ବନବିଭାଗ

author img

By

Published : May 8, 2023, 7:08 AM IST

ଭଦ୍ରକ ଜିଲ୍ଲାରେ ବଢୁଛି ମାଙ୍କଡ ଆତଙ୍କ । ମାଙ୍କଡ ଆକ୍ରମଣରେ ୧୨ ଆହତ । ମାଙ୍କଡମାନଙ୍କୁ ଧରିବାରେ ନାକେଦମ ହେଲାଣି ବନବିଭାଗ ।

ଭଦ୍ରକ ଜିଲ୍ଲାରେ ବଢୁଛି ମାଙ୍କଡ ଆତଙ୍କ
ଭଦ୍ରକ ଜିଲ୍ଲାରେ ବଢୁଛି ମାଙ୍କଡ ଆତଙ୍କ
ଭଦ୍ରକ ଜିଲ୍ଲାରେ ବଢୁଛି ମାଙ୍କଡ ଆତଙ୍କ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବଢୁଛି ମାଙ୍କଡ ଆକ୍ରମଣ ମାମଲା । ମାଙ୍କଡ ଆତଙ୍କରେ ଆତଙ୍କିତ ଜିଲ୍ଲାର ବରାଳପୋଖରୀ ଅଞ୍ଚଳ । ଗତ ସପ୍ତାହେ ହେଲା ମାଙ୍କଡ କାମୁଡା ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ । ମାଙ୍କଡ଼କୁ କାବୁ କରିବା ପାଇଁ ଚେଷ୍ଟା କରି ନାକେଦମ ହେଲାଣି ବନ ବିଭାଗ । ହେଲେ କେଉଁ ଆଡେ ଉଭାନ ହୋଇଯାଉଛି ଆତଙ୍କ ସୃଷ୍ଟି କରିଥିବା ମାଙ୍କଡ଼ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ବରାଳପୋଖରୀ ଅଞ୍ଚଳରେ ଏହିପରି ମାଙ୍କଡ଼ ଗୋଡ଼ାଇ କାମୁଡିଥିବା ଆତଙ୍କ ଦେଖାଦେଇଛି । ମାଙ୍କଡ କାମୁଡାରେ ଅନେକ ଆହତ ହେଲେଣି । ଲୋକେ ଘର ବାହାରକୁ ବାହାରିବା ସମୟରେ ମାଙ୍କଡ ଗୋଡ଼ାଇ ଗୋଡ଼ାଇ କାମୁଡୁଛି । 12ରୁ ଅଧିକ ଲୋକ ମାଙ୍କଡ କାମୁଡାରେ ଆହତ ହେଲେଣି । ଯାହା ଫଳରେ ମାଙ୍କଡ଼ମାନଙ୍କୁ ଦେଖିବା ମାତ୍ରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଉଛି । ଘରେ ଘରେ ପ୍ରାୟ ଜଣେ ଦୁଇ ଜଣ ଖଣ୍ଡିଆ ଖାବରା ହେଲେଣି । କାହାର ହାତ, ଗୋଡ, ପିଠି ଓ ମୁଣ୍ଡକୁ କାମୁଡି ଖଣ୍ଡିଆ ଖାବରା କରି ଦେଲେଣି ମାଙ୍କଡ଼ ।

ଏବେ ଏହି ଅଞ୍ଚଳରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି । ଦୀର୍ଘ ସାତ ଦିନ ହେବ ମାଙ୍କଡ଼ ଆତଙ୍କରେ ଲୋକମାନେ ଅତିଷ୍ଠ ହେଲେଣି । ଦୁଇ ଦିନ ହେବ ଖବର ପାଇ ଗାଁରେ ବନ ବିଭାଗର କର୍ମଚାରୀମାନେ ମାଙ୍କଡ଼ ଧରିବାକୁ ଲାଗି ପଡିଛନ୍ତି । ଶନିବାର ସନ୍ଧ୍ୟାରୁ ବନବିଭାଗ କର୍ମଚାରୀ ମାଙ୍କଡକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ବନ ବିଭାଗ ତରଫରୁ ମାଙ୍କଡ଼କୁ କୌଣସି ପ୍ରକାର କାବୁ ପାଇଁ ଚେଷ୍ଟା ଚାଲିଛି । ଗାଁ ଲୋକମାନେ ଏବେ ବନ ବିଭାଗର କର୍ମଚାରୀଙ୍କ ଭରଷାରେ ଥିବା ବେଳେ ବନ ବିଭାଗର କର୍ମଚାରୀ ଏବେ ମାଙ୍କଡ ପଛରେ ଦୌଡୁଛନ୍ତି । ଅମାନିଆ ମାଙ୍କଡ ମଧ୍ୟ ଧରା ନଦେଇ ଡିଆଁ ମାରି ବନ ବିଭାଗର କର୍ମଚାରୀଙ୍କ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ମାଙ୍କଡ ଉତ୍ପାତ ଖବର ସାମ୍ନାକୁ ଆସିଛି । ନିକଟ ଅତିତରେ ଉତ୍ତର ପ୍ରଦେଶରେ ଏକ ମାଙ୍କଡ ଶୋଇଥିବା ଅବସ୍ଥାରେ ଏକ ଶିଶୁ ପୁତ୍ରକୁ ଉଠେଇ ନେଇଥିଲା । ଶିଶୁ ପୁତ୍ରଟି କାନ୍ଦିବାରୁ ତାକୁ ଛାତରୁ ତଳକୁ ଫିଙ୍ଗି ହତ୍ୟା କରିଥିଲା । ସେହିପରି ମଧ୍ୟ ପ୍ରଦେଶରେ ଏକ ବୃଦ୍ଧଙ୍କୁ ଛାତ ଉପରୁ ଠେଲି ଦେଇଥିଲା ମାଙ୍କଡ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.