ଭଦ୍ରକ : ଲକ ଡାଉନ କଟକଣା ସତ୍ତ୍ବେ ଏବେ ବି ବିଭିନ୍ନ ଉପାୟରେ ଘରକୁ ଯାଉଛନ୍ତି ଲୋକେ। କିଏ ଚାଲି ଚାଲି ତ ଆଉ କିଏ ଟ୍ରକରେ ଯାଉଛନ୍ତି। ଭୁବନେଶ୍ବରରୁ କିଛି ଶ୍ରମିକ ଏକ ଟ୍ରକ ଯୋଗେ କୋଲକତା ଯାଉଥିବା ସମୟରେ ଭଦ୍ରକ ବନ୍ତ ଛକ ନିକଟରେ ଓହ୍ଲାଇଥିଲେ। ଭଦ୍ରକରୁ କୌଣସି ଗାଡି ନ ପାଇ ଚାଲି ଚାଲି କୋଲକତା ଏହି ଶ୍ରମିକ ମାନେ ଯିବେ ବୋଲି କହିଛନ୍ତି । ବହୁ ଦିନ ହେଲାଣି କାମ ମିଳୁ ନ ଥିବାରୁ ପାଖରେ ପଇସା ଶେଷ ହୋଇଗଲାଣୀ ।
ତେଣୁ ଖାଇବା ସହ ଚଳିବାରେ ସମସ୍ୟା ହେବା ଯୋଗୁଁ ଟ୍ରକରେ ଭଦ୍ରକ ପର୍ଯ୍ୟନ୍ତ ପଳେଇ ଆସିଥିବା ସୂଚନା ମିଳିଛି । ଆହୁରି କିଛି ଲୋକ ମଧ୍ୟ ହାଇଦ୍ରାବାଦରୁ ବିଭିନ୍ନ ଉପାୟରେ ଆସି ଭଦ୍ରକ ଠାରେ ଓହ୍ଲାଇ ଚାଲି ଚାଲି ନିଜ ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଭୋକ ଉପାସରେ ଚାଲି ଚାଲି ଘରମୁହାଁ ଏହିପରି ପ୍ରବାସୀ ବାଟୋଇଙ୍କ ଦୃଶ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ ,ଇଟିଭି ଭାରତ