ETV Bharat / state

ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚଙ୍କ ମଧ୍ୟରେ ତୁତୁ ମେଁ ମେଁ, BDOଙ୍କୁ ଦାବିପତ୍ର - ଭଦ୍ରକ ଖବର

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚଙ୍କ ମଧ୍ୟରେ ବିବାଦ ଉପୁଜିଛି । ଏ ନେଇ ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

panchayat samiti member and sarapancha conflict
ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ବିବାଦ
author img

By

Published : Jun 7, 2023, 12:25 PM IST

ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ବିବାଦ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ଏବଂ ସରପଞ୍ଚ ମାନଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଦସ୍ୟ ସଂଘ ପକ୍ଷରୁ ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ 7 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଖବର ଅନୁଯାୟୀ ରାଜ୍ୟରେ ଥିବା ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଅନୁଯାୟୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗ୍ରାମ ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିମାନେ ସେମାନଙ୍କ ନିର୍ଦ୍ଧାରିତ କ୍ଷମତା ଅନୁଯାୟୀ ସମାଜ ମଙ୍ଗଳ ସେବାରେ ନିୟୋଜିତ ହେବେ । ଯାହାକି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିଜସ୍ୱ ବ୍ୟବସ୍ଥା ଅନୁଯାୟୀ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଏବଂ ସଭ୍ୟାମାନଙ୍କର ସଂକଳ୍ପ ପତ୍ର ଅନୁଯାୟୀ ସଂସ୍ଥା କାର୍ଯ୍ୟ କରୁଥିଲା ବେଳେ ପଞ୍ଚାୟତ ସମିତିର ସଭ୍ୟ ଏବଂ ସଭ୍ୟାମାନେ ନିଜସ୍ୱ ବ୍ୟବସ୍ଥା ଅନୁଯାୟୀ ନିଜସ୍ୱ ସଂକଳ୍ପ ପତ୍ର ପାରିତ କରି ପଞ୍ଚାୟତ ସମିତି କାର୍ଯ୍ୟ କରୁଛନ୍ତି ।

ସମାନ୍ତରାଳ ଭାବରେ ଗ୍ରାମପଞ୍ଚାୟତ ଗୁଡ଼ିକ ନିଜସ୍ୱ ବ୍ୟବସ୍ଥା ଅନୁଯାଇ ନିଜର ସଭ୍ୟ ଏବଂ ସଭ୍ୟାମାନଙ୍କ ଦ୍ୱାରା ପାରିତ ସଂକଳ୍ପ ପତ୍ର ମାଧ୍ୟମରେ କାର୍ଯ୍ୟ କରିଥାଏ । ତେଣୁ ପଞ୍ଚାୟତ ସମିତିର ସ୍ଥାୟୀ ସଭ୍ୟ ସଭ୍ୟା ଭାବରେ ନିର୍ବାଚିତ ପ୍ରତିନିଧିମାନେ ନିଜର ସେବା ପଞ୍ଚାୟତ ସମିତିକୁ ଯୋଗାଇ ଦେଉଛନ୍ତି । ସମିତି ଗୃହର ଲୋକସଭା ସଦସ୍ୟା, ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଏବଂ ସରପଞ୍ଚମାନେ ନିମନ୍ତ୍ରିତ ସଦସ୍ୟ ଥିଲା ବେଳେ ସମିତି ସଭ୍ୟ ଓ ସଭ୍ୟା ମାନେ ସଂପୃକ୍ତ ପଞ୍ଚାୟତର ମଧ୍ୟ ନିମନ୍ତ୍ରିତ ତଥା ସ୍ଥାୟୀ ସଭ୍ୟସଭ୍ୟା ଭାବରେ ସେବା ଯୋଗାଇ ଦେଇଥାନ୍ତି ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଦୁର୍ଭାଗ୍ୟବସତଃ ତିହିଡ଼ି ପଞ୍ଚାୟତ ସମିତିର ସରପଞ୍ଚମାନେ ନିଜର ବ୍ୟବସ୍ଥାକୁ ଅତିକ୍ରମଣ ପୂର୍ବକ ସମିତିର ସ୍ଥାୟୀ ସଭ୍ୟ ଏବଂ ସଭ୍ୟା ମାନଙ୍କୁ ଅପମାନିତ କରାଯାଇ ସମିତିରେ ନିଜକୁ ପ୍ରତିଷ୍ଠିତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ଘୋର ବିବାଦ ସୃଷ୍ଟି ହୋଇଛି । ଏହାକୁ ମିଳିତ ଭାବରେ ଦୃଢ଼ ପ୍ରତିବାଦ କରି ନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟ ଏବଂ ସଭ୍ୟାମାନେ ସେମାନଙ୍କର ନାର୍ଯ୍ୟ ଦାବି ଗୁଡ଼ିକ ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି । ତେବେ ଏନେଇ ବିହିତ ପଦକ୍ଷେପ ନେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମାନଙ୍କୁ ପ୍ରତିଶୃତି ଦେଇଥିବା ବୋଲି ଜଣାପଡିଛି । ବିବାଦକୁ ନେଇ ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.