ETV Bharat / state

Student Kidnap: ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ, SDPOଙ୍କ ଦ୍ବାରସ୍ଥ ହେଲେ ମାତାପିତା - ଭଦ୍ରକ ଛାତ୍ରୀ ଅପହରଣ ମାମଲା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ଅଭାବନୀୟ ଘଟଣା । ପରୀକ୍ଷା ଦେବାକୁ ଯାଇଥିବା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ(student kidnapped)। SDPOଙ୍କ ଦ୍ବାରସ୍ଥ ହେଲେ ମାତାପିତା । ଅଧିକ ପଢନ୍ତୁ

student kidnap: ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀକୁ ଅପହରଣ, SDPOଙ୍କ ଦ୍ବାରସ୍ଥ ହେଲେ ମାତାପିତା

author img

By

Published : Jan 12, 2022, 10:37 AM IST

ଭଦ୍ରକ: ପରୀକ୍ଷା ଦେବାକୁ ଯାଇଥିବା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ (Student kidnapped In Bharak) । ମାମଲା ରୁଜୁ କରି ଚୁପ୍‌ ସୀମିତ ବାଂଶଡା ପୋଲିସ । ଶେଷରେ SDPOଙ୍କ ଦ୍ବାରସ୍ଥ ହେଲେ ମାତାପିତା । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନାଧୀନ ଖଦାଳପୋଖରୀ ଗାଁରେ।

student kidnap: ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀକୁ ଅପହରଣ, SDPOଙ୍କ ଦ୍ବାରସ୍ଥ ହେଲେ ମାତାପିତା

ଏହି ଗାଁର ଦଶମ ଶ୍ରେଣୀର ଛାତ୍ରୀ ସ୍ଥାନୀୟ ନୂଆଗାଁ ହାଇସ୍କୁଲରେ ପରୀକ୍ଷା ଦେବାକୁ ଯାଇଥିଲେ । ସେଠାରେ ଟିଫିନ କରିବାକୁ ପରିସର ବାହାରକୁ ଆସିଥିବା ବେଳେ ସେହି ଗାଁର ମଇନା ବାରିକ ନାମକ ଜଣେ ଯୁବକ କେତେକ ସହଯୋଗୀଙ୍କ ସହାୟତାରେ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକାର ମାତାପିତାଙ୍କ ଏତଲା କ୍ରମେ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ମାତ୍ର ମାମଲା ରୁଜୁକରି ପୋଲିସ ଝିଅକୁ ଉଦ୍ଧାର କରିବା ପାଇଁ କୌଣସି ବିହିତ ପଦକ୍ଷେପ ଗ୍ରହଣ କରୁନଥିବା ନେଇ ନାବାଳିକାର ମାତାପିତା SDPOଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏଥିସହ ଝିଅକୁ ଉଦ୍ଧାର କରିବା ସହିତ ଅପହରଣକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ SDPOଙ୍କୁ ନିବେଦନ କରିଛନ୍ତି। ତେବେ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହୃତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚାନ୍ଦବାଲି SDPO ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.