ETV Bharat / state

ସ୍କୁଲ ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛତ୍ରୀ ଅସୁସ୍ଥ

author img

By

Published : Jul 7, 2023, 6:51 AM IST

ସ୍କୁଲ ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି । ଖଣ୍ଡତଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 24 ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ଅଧିକ ପଢ଼ନ୍ତୁ

ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି !
ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି !
ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି !

ଭଦ୍ରକ: ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଅଭିଯୋଗ । ମଧ୍ୟାହ୍ନ ଭୋଜନ ଖାଇ 24 ଜଣ ଛାତ୍ର ଛାତ୍ରୀ ମେଡିକାଲରେ ଭର୍ତ୍ତି। ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 24 ଜଣ ଛାତ୍ରଛାତ୍ରୀଙ୍କୁ ଏବେ ମେଡିକାଲରେ ଚିକିତ୍ସା କରାଯାଉଛି । ତେବେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଏହିପରି ଏକ ଅଘଟଣା ଭଦ୍ରକ ଜିଲ୍ଲା ଖଣ୍ଡତଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ସୂଚନା ମିଳିଛି । ବିଦ୍ୟାଳୟରେ ଦୈନନ୍ଦିନ ପରି ମଧ୍ୟାହ୍ନ ଭୋଜନ ସମୟରେ କିଛି ଛାତ୍ରଛାତ୍ରୀ ଖାଇବା ପରେ ଖାଦ୍ୟରେ ଝିଟିପିଟି ବାହାରିଥିବା ନେଇ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଗେଲପୁର ସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍‌କୁ ଘଟଣାର ଯାଞ୍ଚ କରିବା ପାଇଁ ଖଣ୍ଡତଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟକୁ ପଠା ଯାଇଛି । ଏନେଇ ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ସେହିପରି ବିଷାକ୍ତ ଭାତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ନୂଆପୁର ସିନ୍ଧିଆ ଗ୍ରାମରେ । ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପରିବାରର ଜଣଙ୍କ ମୃତ୍ୟୁ ପରେ ପିତାଭାତ ଖାଇ ଏମିତି ଅସୁସ୍ଥ ହୋଇଥିଲେ ପରିବାର ଲୋକେ । ଯୌଥ ପରିବାର ହୋଇଥିବାରୁ ବନ୍ଧୁବାନ୍ଧବ ମିଶାଇ ପିତାଭାତ ଖାଇବାର ଗୋଟିଏ ଦିନ ପରେ ଝାଡ଼ାବାନ୍ତି ସହ ଜ୍ୱର ଓ ମୁଣ୍ଡ ବିନ୍ଧା ହୋଇଥିଲା । ଯେଉଁଥିପାଇଁ ସମସ୍ତଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ଵତନ୍ତ୍ର ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଏତେ ଲୋକଙ୍କ ପାଇଁ ପିତାଭାତ ପ୍ରସ୍ତୁତ କରାଯାଇଥିବା ବେଳେ କୌଣସି ପ୍ରକାର କୀଟପତଙ୍ଗ ଖାଦ୍ୟରେ ପଡ଼ି ଏମିତି ପାର୍ଶ୍ୱ ପ୍ରତିକ୍ରିୟା ହୋଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି । ପରିବାରର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଯାଏଁ ସମସ୍ତେ ଏମିତି ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅସୁସ୍ଥମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.