ETV Bharat / state

Dhamnagar ByPoll: ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ମୀ - ବିଜେଡ଼ି ମିଶ୍ରଣ ପର୍ବ

ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ମୀ । ଧାମନଗର ଉପ ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେଡି଼ରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ମୀ । ଏଥିଲାଗି ବିଜେଡ଼ି ପକ୍ଷରୁ ଧାମନଗରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Dhamnagar ByPoll: ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ମୀ

author img

By

Published : Oct 22, 2022, 9:28 PM IST

ଭଦ୍ରକ: ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ମୀ । ଧାମନଗର ଉପ ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସ ଓ ବିଜେପିକୁ ଲାଗିଲା ଝଟକା । ଗତ ଏନଏସି ନିର୍ବାଚନରେ ୪ ଜଣ କଂଗ୍ରେସ କାଉନସିଲର ପ୍ରାର୍ଥୀଙ୍କ ସମେତ ବିଜେପିର କିଛି କର୍ମୀ ବିଜେଡି଼ରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଜେଡ଼ି ପକ୍ଷରୁ ଏକ ମିଶ୍ରଣ ପର୍ବ ଧାମନଗର ଠାରେ ଅନୁଷ୍ଠିତ ହୋଇଛି ।

Dhamnagar ByPoll: ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ମୀ

ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଛାତ୍ର ବିଜେଡି଼ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର, ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ନଗର ସଭାପତି ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ନିଜ ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ ଆଗେଇ ନେବା ପାଇଁ ସେମାନେ ଦଳ ତ୍ୟାଗ କରି ବିଜେଡି଼ରେ ମିଶିଲେ ବୋଲି କଂଗ୍ରେସ କାଉନସିଲର ପ୍ରାର୍ଥୀ ଅଭିଭାଷଣରେ କହିଛନ୍ତି ।

ଏହା ବି ପଢନ୍ତୁ- Dhamnagar By Poll: ବିଜେଡିରେ ସାମିଲ ହେଲେ ବହୁ ବିଜେପି କଂଗ୍ରେସ କର୍ମୀ

ଅନ୍ୟପକ୍ଷେ ଏହି ଉପ ନିର୍ବାଚନ ପାଇଁ ଦଳ ଆହୁରି ଅଧିକ ସଙ୍ଗଠିତ ହେବା ସହିତ ଏନ.ଏ.ସି ଅଞ୍ଚଳରେ ଦଳର ଭୋଟ ବ୍ୟାଙ୍କ ବୃଦ୍ଧି ହେଲା । ଏହି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିଶ୍ଚୟ ବିଜୟ ହେବ ବୋଲି ବିଜେଡି ନେତା ମାନେ କହିଥିଲେ । ସେପଟେ ନିର୍ବାଚନ ଲାଗି ବିଭିନ୍ନ ଦଳର ଷ୍ଟାର ପ୍ରଚାରକଙ୍କ ଭିଡ଼ ଜମିବାରେ ଲାଗିଛି । ବିରୋଧୀ ଦଳଙ୍କ ଦୁର୍ବଳତା ବଖାଣି ପ୍ରତି ଦଳ ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି । ଭୋଟିଂ ପାଇଁ ଦିନ ପାଖଉଥିବା ବେଳେ ଧାମନଗରରେ ପ୍ରଚାର ଜୋରଦାର ହେଉଛି ।

ଏହା ବି ପଢନ୍ତୁ- ବିଜେଡିର ନିର୍ବାଚନ ପାଣ୍ଠି ଖେଳ, ରାଜ୍ୟ ପାଇଁ କାଳ: କଂଗ୍ରେସ ବିଧାୟକ

ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଗ୍ରସ୍ତରେ ଆସି କର୍ମୀ ଓ ନେତାଙ୍କୁ ଟିପ୍ସ ଦେଇଥିବା ବେଳେ ଗ୍ରାଉଣ୍ଡରେ ଷ୍ଟାର ପ୍ରଚାରକ ମାରାଥନ ପ୍ରଚାର କରୁଛନ୍ତି । ଧାମନଗର ବ୍ଲକ ପଧାନୀଠାରେ ବିଜେପି ରାଜ୍ୟ ସଭାପତି, ସମୀର ମହାନ୍ତି ରାଜ୍ୟ ପ୍ରଭାରୀ ଡ଼ି ପୁରନ୍ଦେଶ୍ବରୀ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ନେଇ ରୋଡ଼ ଶୋ' ସହ ପ୍ରଚାର କରିଛନ୍ତି । ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଷ୍ଟାର ପ୍ରଚାରକ ଭାବେ ଧାମନଗର ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ନିର୍ବାଚନ ପୂର୍ବରୁ ଧାମନଗର ବିଜେଡିରେ ଏହି ମିଶ୍ରଣ ଦଳର ଶକ୍ତିବୃଦ୍ଧି କରିବ ବୋଲି ବିଜେଡି ନେତା ଆଶା ରଖିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.