ETV Bharat / state

ଅଫିସରେ ପଶି ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ ଘଟଣା, ବନ୍ଧା ହେଲା ଅଭିଯୁକ୍ତ - attack to RI in bhadark

ଭଦ୍ରକ ତିହସିଲ ଅଧିନ ଗଦି ସର୍କଲ ରାଜସ୍ବ ନିରୀକ୍ଷକ(RI) କାର୍ଯ୍ୟରତ ଥିବା ସମୟରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ....

ଅଫିସରେ ପସି ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ ଘଟଣା , ବନ୍ଧା ହେଲା ଅଭିଯୁକ୍ତ

author img

By

Published : Mar 1, 2021, 7:13 PM IST

ଭଦ୍ରକ: ଭଦ୍ରକ ତହସିଲ ଅଧିନ ଗଦି ସର୍କଲ ରାଜସ୍ବ ନିରୀକ୍ଷକ (RI) ଭାଗବତ ଖଟୁଆ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ସ୍ଥାନୀୟ ଚାରୀତରଫ ଗାଁର ସୂର୍ଯ୍ୟମଣି ବାରିକଙ୍କ ସାନପୁଅ ଭରତ ବାରିକ ବୋଲି ଜଣାଯାଇଛି ।

ଅଫିସରେ ପସି ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ ଘଟଣା , ବନ୍ଧା ହେଲା ଅଭିଯୁକ୍ତ

ସୂଚନା ଅନୁଯାୟୀ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ଥାନାରେ ଏତଲା ମୁତାବକ ଅଭିଯୁକ୍ତଙ୍କ ବିରୋଧରେ ପୀରହାଟ ଥାନାରେ ଏକ ମାମଲା ଦାୟର କରାଯାଇଥିଲା । ପୋଲିସ ଏତଲା ଆଧାରରେ ତାକୁ ଖୋଜୁଥିବାବେଳେ ଆଜି ତାକୁ ଗିରଫ କରିବାରେ ସଫଳ ହୋଇଛି ।

ଖବର ଅନୁଯାୟୀ ଆରଆଇ ଶ୍ରୀ ଖଟୁଆ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ଭରତ ବାରିକ ଓ ତାଙ୍କ ସ୍ତ୍ରୀ ଆରଆଇଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଏଥିସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ କାର୍ଯ୍ୟାଳୟ ଗୃହରେ ଅଟକ ରଖିଥିଲା ଭରତ । ପରେ ଉତ୍ୟକ୍ତ ହୋଇ ଆରଆଇଙ୍କୁ ଭରତ ଆକ୍ରମଣ କରିବା ସହିତ କାର୍ଯ୍ୟାଳୟରେ ଥିବା ବିଭିନ୍ନ ସରକାରୀ କାଗଜପତ୍ର ନଷ୍ଟ କରିଥିଲା । ଭରତର ଆକ୍ରମଣରେ ଆରଆଇ ପ୍ରବଳ ଆଘାତ ପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବାବେଳେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.