ETV Bharat / state

321 ବର୍ଷରେ ମା' ଦପାନାୟକାଣୀ ପୀଠ ମକର ଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ

author img

By ETV Bharat Odisha Team

Published : Jan 16, 2024, 10:33 PM IST

Maa Dapanayakani Peeth : 321 ବର୍ଷରେ ପଦାର୍ପଣ କଲା ଦପାନାୟକାଣୀ ପୀଠର ମକର ଯାତ୍ରା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅର୍ନ୍ତଗତ ଈଶ୍ୱରପୁର ଗାଁର ଦପାନାୟକାଣୀ ପୀଠରେ ମକର ମେଳା ଆରମ୍ଭ ହୋଇଯାଇଛି । ଅଧିକ ପଢ଼ନ୍ତୁ

ମା' ଦପାନାୟକାଣୀ ପୀଠ ମକର ଯାତ୍ରା
ମା' ଦପାନାୟକାଣୀ ପୀଠ ମକର ଯାତ୍ରା

ମା' ଦପାନାୟକାଣୀ ପୀଠ ମକର ଯାତ୍ରା

ଭଦ୍ରକ: 321 ବର୍ଷରେ ପଦାର୍ପଣ କଲା ମା' ଦପାନାୟକାଣୀ ପୀଠର ମକର ଯାତ୍ରା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅର୍ନ୍ତଗତ ଈଶ୍ୱରପୁର ଗାଁର ଦପାନାୟକାଣୀ ପୀଠରେ ମକର ମେଳା ଆରମ୍ଭ ହୋଇଯାଇଛି । ଏହି ମେଳାକୁ ସରସ ସୁନ୍ଦର କରିବା ପାଇଁ ମେଳା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶାସନିକ ସ୍ତରରେ ସମସ୍ତ ସହଯୋଗ କରାଯାଉଥିବା ଜଣାଯାଇଛି । ଚଳିତ ବର୍ଷ ଏହା 4 ଦିନ ବ୍ୟାପି ଚାଲିବ ।

ନଈ କୂଳରେ ମା' ଦପାନାୟାକାଣୀଙ୍କ ଙ୍କ ପୀଠ ଅବସ୍ଥିତ। ପୂର୍ବରୁ ଏକ ନଡା ଛପର ଘରେ ମା'ଙ୍କ ପୂଜାର୍ଚ୍ଚନା କରା ଯାଉଥିଲା । 1999 ମସିହା ଜାନୁୟାରୀ 14 ତାରିଖ ମକର ସଂକ୍ରାନ୍ତି ଦିନ ତତ୍କାଳୀନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ଦଧିନୌତି ବସାଇ ମା'ଙ୍କ ମନ୍ଦିରର ଚୂଳି ମାରିଥିଲେ । 1995 ମସିହାରେ ଏହି ପୀଠଟି ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ବେଳେ ଏହାକୁ ପଞ୍ଚତୀର୍ଥ କ୍ଷେତ୍ରରେ ପରିଣତ କରିବାକୁ ଅଞ୍ଚଳବାସୀଙ୍କ ମଧ୍ୟ ଉଦ୍ୟମ ଜାରି ଚହିଛି । ତେବେ ମକର ସଂକ୍ରାନ୍ତି ଠାରୁ ମା’ଙ୍କ ପୀଠରେ 4 ଦିନ ଧରି ଜାକଜମକ ସହିତ ଯାତ୍ରା ଲାଗିଥାଏ । ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଯାତ୍ରାରେ ମା’ଙ୍କ ପାଖରେ ମାନସିକ ଧାରୀମାନେ ଅର୍ପଣ କରିଥିବା କୁକୁଡା ଭୋଗ ଲଗା ଯାଇଥାଏ । ଏଥିସହ ନଡିଆ, ଗୁଡ, ଚୁଡା ଏବଂ କ୍ଷୀର ଆଦି ଭୋଗ ହେବା ସହ ବାଲ୍ୟ ଭୋଗ ମଧ୍ୟ କରାଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ......ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ପରେ ଆରମ୍ଭ ହେଲା ରାମଚଣ୍ଡୀଙ୍କ ମକର ଯାତ୍ରା

ତେବେ ମକର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମେଳାରେ ଶ୍ରଦ୍ଧାଳୁ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଜାରି ରହିଛି । ଯାହାକି କଟକ ଏବଂ ଭୁବନେଶ୍ୱରରୁ ବିଭିନ୍ନ ବିଶେଷଜ୍ଞ ତଥା ନାମୀଦାମି ଡାକ୍ତରମାନେ ଆସି ରୋଗୀ ସେବା କରିବା ସହିତ ଔଷଧ ପ୍ରଦାନ କରୁଛନ୍ତି । ମନ୍ଦିର କମିଟି ସହ ବିଭିନ୍ନ ଅଞ୍ଚଳରୁ ସାମାଜିକ ସଂଗଠନ ମିଳିତ ଭାବେ ଭକ୍ତଙ୍କ ଦର୍ଶନ ପାଇଁ ଭିଡ ନିୟନ୍ତ୍ରଣ କରୁଥିବା ଜଣାଯାଇଛି । ମା'ଙ୍କ ଦର୍ଶନ ନିମନ୍ତେ ସ୍ଥଳପଥ ସହିତ ଜଳ ପଥରେ ଭକ୍ତଙ୍କ ସମାଗମ ହୋଇଛି । ସ୍ଥାନୀୟ ପୋଲିସ ଏବଂ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ବିଦ୍ୟୁତ୍ ବିଭାଗ ତଥା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.