ETV Bharat / state

Dhamnagar By Poll: ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ଓ ବିଜେପି, କଂଗ୍ରେସ କହିଲା ଆମେ ଜିତିବୁ - ଧାମନଗର ଉପନିର୍ବାଚନ ପ୍ରଚାର

ଧାମନଗର ଉପନିର୍ବାଚନ ପାଇଁ ହାତରେ ଆଉ ଦିନ କେଇଟା ବାକି । ନିର୍ବାଚନ ଯେତିକି ପାଖଉଛି, ପ୍ରଚାର ସେତିକି ଜୋରଦାର ହେଉଛି । ଅଧିକ ପଢ଼ନ୍ତୁ

major political parties campaigning for dhamnagar by poll
Dhamnagar By Poll: ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ଓ ବିଜେପି, କଂଗ୍ରେସ କହିଲା ଆମେ ଜିତିବୁ
author img

By

Published : Oct 27, 2022, 10:42 PM IST

ଭଦ୍ରକ/ଭୁବନେଶ୍ୱର: ଧାମନଗର ଗାଦି ହାସଲ କରିବାକୁ ପ୍ରମୁଖ ରାଜନୈତିକ ଦଳ କସରତ ଚଳାଇଛନ୍ତି । ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାଏ ଏଠାରେ ପହଞ୍ଚି ଜୋରଦାର ପ୍ରଚାର କରୁଛନ୍ତି । ତେବେ ପ୍ରାର୍ଥୀ ଚୟନକୁ ନେଇ ଏବେ ବି ସ୍ଥାନୀୟ ବିଜେଡି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି (Campaigning in Dhamnagar)। ଏମାନେ ବିଦ୍ରୋହୀ ପ୍ରାର୍ଥୀ ତଥା ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।

Dhamnagar By Poll: ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ଓ ବିଜେପି, କଂଗ୍ରେସ କହିଲା ଆମେ ଜିତିବୁ

ବିଜେଡିର ଜୋରଦାର ପ୍ରଚାର

ଆଜି ଧାମନଗରରେ ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସ ନିଜ ସମର୍ଥକଙ୍କ ସହ ଦୋବଲ ଜୋନ୍‌ରେ ପ୍ରଚାର କରିଛନ୍ତି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ଦକ୍ଷିଣବାଡ଼ ଛକ ନିକଟରୁ ଶୋଭାଯାତ୍ରାରେ ବାହାରି ଦୋବଲ ଜୋନ୍‌ରେ ପ୍ରଚାର କରିଛନ୍ତି । ଦଳର ହେଭିୱେଟ ପହଞ୍ଚିବା ପରେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂ ମଧ୍ୟ ହେବ । ହେଲେ ଅସନ୍ତୁଷ୍ଟ କର୍ମୀ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ସେପଟେ ସ୍ଥାନୀୟ ନେତା ବୁମେରାଂ କଥାକୁ ଖଣ୍ଡନ କରିଛନ୍ତି । ସ୍ଥାନୀୟ ନେତା କହିଛନ୍ତି, "ବିରୋଧୀ ଦଳ ହତୋତ୍ସାହିତ ହୋଇ ପଡ଼ିଲେଣି ଏଣୁ ବିଜେଡି ବିରୋଧରେ ଅପ ପ୍ରଚାର କରୁଛନ୍ତି । ଏଥିରେ କୌଣସି ସତ୍ୟତା ନାହିଁ । ନବୀନ ବାବୁଙ୍କ ସୁଶାସନରେ ସ୍ବତପ୍ରବୃତଃ ଭାବରେ ଲୋକ ଆସି ରାଲି ସଭା ସମିତିରେ ସାମିଲ ହେଉଛନ୍ତି ।"

ତୁଙ୍ଗ ନେତାଙ୍କ ସହ ବିଜେପିର ପ୍ରଚାର

ଧାମନଗର NACରେ ଜନ ଆଶୀର୍ବାଦ ପଦଯାତ୍ରା କରିଛି ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂରେ ସାମିଲ ହୋଇଛନ୍ତି । ବିଜେପି ପାର୍ଥୀ ସୂର୍ଯ୍ୟବଂଶୀ ସୁରଜ ହଜାରହଜାର ସମର୍ଥକଙ୍କ ସହ ବାଇକ ଶୋଭାଯାତ୍ରା କରିଛନ୍ତି । NACର11ଟି ୱାର୍ଡରେ ପ୍ରଚାର କରିଛି ବିଜେପି । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗରରେ ପଦଯାତ୍ରା ସହ ରୋଡ ସୋ କରିବେ ।

ପ୍ରଚାରକୁ ନେଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ଧାମନଗରରେ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହୋଇ ପାରିନାହିଁ । ଯାହା କାର୍ଯ୍ୟକାରୀ ହେଲେ ଲୋକେ ସୁବିଧା ପାଇପାରନ୍ତେ । ଏଭଳି ସୁବିଧାରୁ ବଞ୍ଚିତ ହୋଇଥିବା ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି । ଧାମନଗର ବାସିନ୍ଦା ଭାବରେ କାର୍ଯ୍ୟ କରୁଛି । ଆଜିର ପ୍ରଚାରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଗୋଲକବିହାରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।"

କଂଗ୍ରେସ ବି ଦେଖାଇଲେ ଦମ୍

ଅନ୍ୟ ପକ୍ଷରେ କଂଗ୍ରେସ ମଧ୍ୟ ଧାମନଗରରେ ପ୍ରଚାରତ୍ବରାନ୍ବିତ କରିଛି । ଏଠାରେ ଦଳ ନିଶ୍ଚୟ ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦଳର ଛାମୁଆ ନେତ । କଂଗ୍ରେସ ପକ୍ଷରୁ ଏକ ପ୍ରକାର ହାଇ ଭୋଲ୍ଟେଜ ପ୍ରଚାର ଆରମ୍ଭ ହୋଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ଓ ସନ୍ତୋଷ ସିଂ ସାଲୁଜାଙ୍କ ସହ ବହୁ ବରିଷ୍ଠ ନେତା ପାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର କରୁଛନ୍ତି । ତିହିଡି ବ୍ଲକର 13 ପଞ୍ଚାୟତରେ ରୋଡ୍‌ ସୋ ସହ ସଭା କରିଛି କଂଗ୍ରେସ ।

ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି, "କଂଗ୍ରେସ ଏଠାରେ ବିଜୟ ଲାଭ କରିବ । ଆମକୁ ଏଠାରେ ବିଜୀୟ ହେବାକୁ ସାହାଯ୍ୟ କରିଛନ୍ତି ମୋଦି । ସେ ଗ୍ୟାସ୍‌, ଡିଜେଲ, ପେଟ୍ରୋଲ ଦରବୃଦ୍ଧି କରିଛନ୍ତି । ଏଥିପାଇଁ ଲୋକଙ୍କ ମନରେ ଆକ୍ରୋଶ ରହିଛି । ରାଜ୍ୟ ସରକାରଙ୍କ ନୀତିରେ ବି ସନ୍ତୁଷ୍ଟ ନାହାନ୍ତି ଲୋକେ ଏଣୁ ଧାମନଗରରେ କଂଗ୍ରେସକୁ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।"

ନଭେମ୍ବର ୩ ତାରିଖରେ ଧାମନଗର ପାଇଁ ପଡ଼ିବ ଭୋଟ । ଏହାପରେ ନଭେମ୍ବର ୬ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ । ସେହିଦିନ ହିଁ ଜଣା ପଡ଼ିବ ଲୋକେ କାହାକୁ ଧାମନଗର ଆସନ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ ଓ ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.