ETV Bharat / state

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା ଘର, 11 ଗୋରୁ ଜୀବନ୍ତ ଦଗ୍ଧ

ଚାନ୍ଦବାଲି ତହସିଲ ଅନ୍ତର୍ଗତ ଘଟପୁର ଅଞ୍ଚଳରେ ଥିବା ହେଙ୍ଗୁପଦି ମହାଳିକ ସାହିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 15 ବଖରା ଘର, 11 ଗୋରୁ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ...

author img

By

Published : Mar 28, 2021, 11:20 AM IST

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା ଘର, 11 ଗୋରୁ ଜୀବନ୍ତ ଦଗ୍ଧ
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା ଘର, 11 ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଚାନ୍ଦବାଲି ତହସିଲ ଅନ୍ତର୍ଗତ ଘଟପୁର ଅଞ୍ଚଳରେ ଥିବା ହେଙ୍ଗୁପଦି ମହାଳିକ ସାହିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 15 ବଖରା ଘର, 11 ଗୋରୁ ଜୀବନ୍ତ ଦଗ୍ଧ । ଖବର ଅନୁଯାୟୀ ଅଚାନକ କାଳବୈଶାଖି ପ୍ରବାହରେ ପ୍ରବଳ ପବନ ହେବା ସହ ଘଡଘଡି ଏବଂ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତ ଫଳରେ ହେଙ୍ଗୁପଦି ମହାଳିକ ସାହିର ବୀରଭଦ୍ର ମହାଳିକ, ଉମାକାନ୍ତ ମହାଳିକ, କମଳାକାନ୍ତ ମହାଳିକଙ୍କ ସହ 8 ଟି ପରିବାରର 15 ବଖରା ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି ।

ତେବେ ପରିବାର ଲୋକେ ନିଆଁ ଲାଗିବା ଦେଖି ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । କିନ୍ତୁ ଘରେ ଥିବା ସମସ୍ତ ଆସବାବ ପତ୍ର, ସ୍ଵର୍ଣ୍ଣ ଅଳଙ୍କାର, ଧାନ, ଚାଉଳ, ନଗଦ କିଛି ଟଙ୍କା ଜଳି ପୋଡି ଛାରଖାର ହୋଇଯାଇଥିଲା । ଗୁହାଳ ଘର ମଧ୍ୟ ଅଗ୍ନି ପ୍ରଭାବିତ ହୋଇଥିବାରୁ, 11 ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଏଥିସହ ଏହି ଅଗ୍ନିକାଣ୍ଡରେ 3 ଜଣ ଆହତ ହୋଇଥିବା ଜଣାଯାଇଛି ।

ନିଆଁ ଲାଗିବା ଖବର ପାଇ ଚାନ୍ଦବାଲି ଓ ଗଦି ଅଗ୍ନିଶମ ବାହିନୀ ପହଞ୍ଚି 3 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅକ୍ଲାନ୍ତ ପ୍ରଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ 8 ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.