ଭଦ୍ରକ: ରାତି ପାହିଲେ ମହାଶିବରାତ୍ରି । ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ, ପାନୀୟଜଳ, ଶୌଚାଳୟ, ପାର୍କିଂ, ଆଲୋକ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା, ପରିମଳ ଏବଂ ଗମନାଗମନ ଆଦିର ସୁବ୍ୟବସ୍ଥା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଶିବରାତ୍ରିରେ ଭୋର 4ଟା ସମୟରେ ବାବା ଆଖଣ୍ଡଳମଣିଙ୍କ ପହଡ଼ ଖୋଲିବା ସହ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଏହାପରେ ସାହାଣ ମେଳା, ଚାରି ପ୍ରହର ମହାସ୍ନାନ, ସୁନାବେଶ ପରେ ଭୋର 5ଟାରେ ମନ୍ଦିର ଚୁଡ଼ାକୁ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ