ETV Bharat / state

ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

author img

By

Published : Nov 9, 2021, 2:12 PM IST

ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଷଷ୍ଠ ଦିନରେ ଆଜି ମା’ ପଦ୍ମାସନା ହଂସ ବାହନରେ ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି । ହେଲେ ଚଳିତ ବର୍ଷ କୋରୋନା କଟକଣା ସହିତ ମା'ଙ୍କ ପୂଜାର୍ଚ୍ଚନା ହେଉଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ
ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଷଷ୍ଠ ଦିନରେ ଆଜି ମା’ ପଦ୍ମାସନା ହଂସ ବାହନରେ ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି। ମା’ ଭଦ୍ରକାଳୀ ପୀଠରେ କାଳୀପୂଜା ଅବସରରେ ଷଷ୍ଠ ଦିନରେ ମା’ଙ୍କ ମହାସରସ୍ବତୀ ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ହେଲେ ଚଳିତ ବର୍ଷ କୋରୋନା କଟକଣା ସହିତ ମା'ଙ୍କ ପୂଜାର୍ଚ୍ଚନା ହେଉଥିବା ସୂଚନା ମିଳିଛି।

ମଙ୍ଗଳବାର ସକାଳେ ପହଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏହି ଅବସରରେ ମା’ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି। ଏହା ସହ ମା’ ମହାସରସ୍ଵତୀ ବେଶରେ ଦର୍ଶନ ଦେଇଛନ୍ତି। ତେବେ ଭଦ୍ରକାଳୀଙ୍କୁ ମହାସରସ୍ଵତୀ ବେଶରେ ଦର୍ଶନ କଲେ ସକଳ ବିଦ୍ୟା ଲାଭ, ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। କିନ୍ତୁ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡିଛି ମା'ଙ୍କ ପୂଜା। କେବଳ ବିଧି ଅନୁଯାୟୀ ମା'ଙ୍କ ପୂଜା ଅନୁଷ୍ଠିତ ହେଉଛି ।

ମନ୍ଦିରରେ ମା'ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି। ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳୀପୂଜା ବେଶ ନିଆରା। ତେବେ ସାତ ଦିନ ଧରି ଏହି ଉତ୍ସବର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହେବ। ଆସନ୍ତାକାଲି (ବୁଧବାର) ତଥା ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.