ETV Bharat / state

ସାମାଜିକ ଦୂରତ୍ବ ସହ ପାଳିତ ମଦନମୋହନଙ୍କ ଚନ୍ଦନ ଯାତ୍ରା

author img

By

Published : May 8, 2020, 2:31 PM IST

ଲକଡାଉନର ପ୍ରଭାବ ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ ପରିଲକ୍ଷିତ ହୋଇଛି । ଏପରି ସ୍ଥିତିରେ ସେବାୟତମାନେ ସାମାଜିକ ଦୂରତା ଅବଲମ୍ବନ କରି ମା ଭଦ୍ରକାଳୀ ବିଜେ ପ୍ରତିମା ମଦନମୋହନଙ୍କ ଚନ୍ଦନ ଯାତ୍ରା ଯଥାରୀତିରେ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

Madanmohan's Chandan Yatra is celebrated with social distance
ସାମାଜିକ ଦୂରତ୍ବ ସହ ପାଳିତ ହୋଇଯାଇଛି ମଦନମୋହନଙ୍କ ଚନ୍ଦନ ଯାତ୍ରା

ଭଦ୍ରକ: ମହାମାରୀ କୋରାେନାକୁ ପ୍ରତିହତ କରିବା ପାଇଁ ଏବେ ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯାହାର ପ୍ରଭାବ ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ ପରିଲକ୍ଷିତ ହୋଇଛି । ପରମ ବୈଷ୍ଣବୀ ମା ଭଦ୍ରକାଳୀ ମନ୍ଦିର ମଧ୍ୟ ଏଥିରୁ ବାଦ ପଡି ନାହିଁ। ସେବାୟତମାନେ ମନ୍ଦିର ପରିସରରେ ସାମାଜିକ ଦୂରତା ଅବଲମ୍ବନ କରି ମା’ଙ୍କର ଦୈନନ୍ଦିନ ପୂଜା କରୁଛନ୍ତି। ଏହିକ୍ରମରେ ଚଳିତ ଚନ୍ଦନ ଯାତ୍ରା ମଧ୍ୟ ଯଥାରୀତିରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ସୂର୍ଯ୍ୟ ପୂଜା, ଦ୍ଵାର ପାଳ ପୂଜା ଏବଂ ପରେ ଅନୁଷ୍ଠିତ ହୋଇଥିଲା ମା ଭଦ୍ରକାଳୀ ବିଜେ ପ୍ରତିମା ମଦନମୋହନଙ୍କ ଚନ୍ଦନ ଯାତ୍ରା। ତେବେ ଚଳିତ ବର୍ଷ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା ଏହି ଅବସରରେ। କେବଳ ଏକ ଜଳଭର୍ତ୍ତି ପାତ୍ରରେ ପ୍ରଭୂଙ୍କୁ ଭଉଁରି କରି ନୀତିରୀତି ସମାପନ କରିଥିଲେ ସେବାୟତ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.