ଭଦ୍ରକ: ମନ୍ଦିର ତାଲା ଭାଙ୍ଗି ଲୁଟ । ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟରେ ଥିବା ନୀଳଲୋହିତ ମନ୍ଦିରରୁ ଲୁଟ ହୋଇଥିବା ଜଣାପଡ଼ିଛି। ମନ୍ଦିରର ଗ୍ରୀଲ ଓ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ କରିଥିବା ସୂଚନା ମିଳିଛି ।
ଭଦ୍ରକ ଜିଲ୍ଲାରେ ପୋଲିସ ଆଖିରେ ଧୂଳି ଦେଇ ଲୁଟ କଲେ ଦୁର୍ବୃତ୍ତ । ସହର ଥାନା ନିକଟରୁ ମାତ୍ର 500 ମିଟର ଦୂରରେ ଥିବା ନୀଳଲୋହିତ ମନ୍ଦିରରୁ ଲୁଟ ହୋଇଛି । ମନ୍ଦିରର ତାଲା ଓ ଗ୍ରୀଲ ଭାଙ୍ଗି ଠାକୁରଙ୍କ ପିତ୍ତଳ ପୂଜା ସାମଗ୍ରୀ ଓ ଆସବାବପତ୍ର ଦୁର୍ବୃତ୍ତମାନେ ଲୁଟ କରିଛନ୍ତି। ମନ୍ଦିରର ଗ୍ରୀଲ ଭାଙ୍ଗିଥିବା ନେଇ ମନ୍ଦିର କମିଟି ସଦସ୍ୟ ଦେଖିଥିଲେ। ପରେ ମନ୍ଦିର ଭିତରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
ଏହି ଘଟଣା ନେଇ କମିଟି ପକ୍ଷରୁ ଭଦ୍ରକ ଟାଉନ ଥାନାକୁ ଅବଗତ କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ