ETV Bharat / state

ଦୀର୍ଘଦିନର ରାସ୍ତା ଦାବିପୂରଣ ପରେ କଣ୍ଡରାଗାଡିଆରେ ଖୁସିର ମାହୋଲ - କଣ୍ଡରାଗଡିଆରେ ଏକ ନୂତନ ରାସ୍ତାର କାର୍ଯ୍ୟ

ଅଞ୍ଚଳ ବାସୀଙ୍କ ଦୀର୍ଘଦିନ ଧରି ଚାଲିଥିବା ଦାବି ପୂରଣ ହେବାକୁ ଯାଉଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅନ୍ତର୍ଗତ କଣ୍ଡରାଗଡିଆରେ ଏକ ନୂତନ ରାସ୍ତାର କାର୍ଯ୍ୟ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ତିହିଡି ବ୍ଲକ ଅନ୍ତର୍ଗତ କଣ୍ଡରାଗଡିଆରେ ଏକ ନୂତନ ରାସ୍ତାର କାର୍ଯ୍ୟ ଆରମ୍ଭ କରାଯାଇଛି

author img

By

Published : Feb 10, 2021, 9:12 PM IST

ଭଦ୍ରକ : ଅଞ୍ଚଳ ବାସୀଙ୍କ ଦୀର୍ଘଦିନ ଧରି ଚାଲିଥିବା ଦାବି ପୂରଣ ହେବାକୁ ଯାଉଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅନ୍ତର୍ଗତ କଣ୍ଡରାଗଡିଆରେ ଏକ ନୂତନ ରାସ୍ତାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ରାସ୍ତା କାର୍ଯ୍ୟକାରୀ ହେବାପରେ ସାହାପୁର ପଞ୍ଚାୟତ ସହିତ ଘଣ୍ଟେଶ୍ୱରକୁ ସିଧାସଳଖ ଯୋଡି ହୋଇ ପାରିବ ବୋଲି ଜଣାଯାଇଛି ।

ତିହିଡି ବ୍ଲକ ଅନ୍ତର୍ଗତ କଣ୍ଡରାଗଡିଆରେ ଏକ ନୂତନ ରାସ୍ତାର କାର୍ଯ୍ୟ ଆରମ୍ଭ କରାଯାଇଛି

ଏହି ରାସ୍ତାଟି କଙ୍କଡା ଦାଢଠାରୁ କଣ୍ଡରାଗଡିଆ ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ପଞ୍ଚାୟତବାସୀଙ୍କ ଦିର୍ଘ ଦିନର ଦାବି ମୁତାବକ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟଙ୍କ ଉଦ୍ୟମରେ ଏହି ନୂତନ ରାସ୍ତା ନିର୍ମାଣ ପାଇଁ ଓଡିଶା ଜଳ ସମ୍ପଦ ବିଭାଗ ସାଳନ୍ଦି ଜଳସେଚନ ବିଭାଗ ପକ୍ଷରୁ 38.70 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି । ଏହି ରାସ୍ତାରେ ପ୍ରଥମେ ମାଟି ପଡିବ ଏବଂ ପରେ ସ୍ଥାୟୀ ରାସ୍ତା କରାଯିବ । ରାସ୍ତାରେ ଏକ ପୋଲ ନିର୍ମାଣ ପାଇଁ ମଧ୍ୟ ବ୍ୟୟବରାଦ କରାଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.