ଭଦ୍ରକ: ଓଡିଶାର ଚତୁର୍ଥ କୋରୋନା ଭଦ୍ରକରେ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ବଜାର ଅଞ୍ଚଳର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ସିଲ କରିଛି ପ୍ରଶାସନ।
କେବଳ ଓୌଷଧ ଦୋକାନ ଖୋଲା ରହିବ। ପ୍ରଶାସନର ଅନ୍ୟ ଆଦେଶ ଯାଏଁ ଏହି ନିୟମ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ଡାକବାଜି ଦ୍ୱାରା ସୂଚନା ପ୍ରଦାନ କରାଯାଇଛି ।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ