ଭଦ୍ରକ: ପ୍ରେମ, ବିବାହ ପ୍ରତିଶୃତି ପରେ ପ୍ରତାରିତ ହୋଇ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଲେ ମହିଳା ପୋଲିସ କର୍ମୀ। ଏହିପରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲା ପୋଲିସ ବିଭାଗରେ।
ସୂଚନା ଅନୁଯାୟୀ କନେଷ୍ଟବଳ ଜଗତପତି ହାଁସଦା ଜଣେ ମହିଳା କନେଷ୍ଟବଳଙ୍କୁ ଦୀର୍ଘ ଦିନ ହେବ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇଥିଲେ। ଏଥିସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ତେବେ ଏତେ ସବୁ ପରେ ପ୍ରେମିକ ଜଗତପତି ତାଙ୍କୁ ଧୋକା ଦେଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଛନ୍ତି ମହିଳା କନଷ୍ଟେବଲ।
ଏହି ଏତଲା ଆଧାରରେ ଭଦ୍ରକ ଟାଉନ ଥାନା ପୋଲିସ କନେଷ୍ଟବଳ ଜଗତପତି ହାଁସଦାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଗିରଫ କନେଷ୍ଟବଳ କହିଛନ୍ତି ସେ ବିବାହ ପାଇଁ ପ୍ରସ୍ତୁତ କିନ୍ତୁ ପୋଲିସ କଣ କରୁଛି ସେ ଜାଣି ନାହାନ୍ତି। ତେବେ ଭଦ୍ରକ ଟାଉନ ଥାନା ପୋଲିସ ଅଭିଯୁକ୍ତ କନେଷ୍ଟବଳ ଜଗତପତି ହାଁସଦକୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି। ଏଥିସହ ଅଭିଯୁକ୍ତ କନେଷ୍ଟବଳକୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟଭି ଭାରତ