ETV Bharat / state

63 ବର୍ଷର ପରମ୍ପରା, ବଙ୍କବାସୁଳୀ ପୀଠରେ ପୂଜା ପାଏ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି - bhadrak bankabasuli pitha

ଭଦ୍ରକର 300 ବର୍ଷର ପୁରାତନ ପୀଠ ମା' ବଙ୍କବାସୁଳୀ । ଶକ୍ତିପୀଠ ମା' ବଙ୍କବାସୁଳୀ ପୀଠରେ, ପୀଠ ଦେବୀଙ୍କର ପୂଜା ସହ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ନିଆରା ପରମ୍ପରା । ଅଧିକ ପଢନ୍ତୁ...

63 ବର୍ଷର ପରମ୍ପରା, ବଙ୍କବାସୁଳୀ ପୀଠରେ ପୂଜା ପାଆନ୍ତି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି

author img

By

Published : Oct 19, 2020, 5:52 PM IST

ଭଦ୍ରକ: ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଭଦ୍ରକ ବଙ୍କବାସୁଳୀ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । 300 ବର୍ଷର ଏହି ପୁରାତନ ପୀଠରେ ମା' ବଙ୍କବାସୁଳୀ ପ୍ରଥମେ ଏକ ଅଶ୍ବସ୍ତ ଗଛମୂଳରେ ଆବିର୍ଭାବ ହୋଇଥିଲେ। କାଳକ୍ରମେ ମା' ଙ୍କର ଏକ ସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି ଦେବୀପୀଠରେ ବର୍ଷ ତମାମ ମା' ଙ୍କୁ ବଗଳାମୁଖୀ ବେଶରେ ପୂଜା କରାଯାଇଥାଏ। ହେଲେ ଶାରଦୀୟ ଦୁର୍ଗାପୂଜାରେ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ଏଠାରେ ପୂଜା କରାଯାଏ । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ଏହି ପରମ୍ପରାରେ ପୂଜାର୍ଚ୍ଚନା କରାଯାଏ।

63 ବର୍ଷର ପରମ୍ପରା, ବଙ୍କବାସୁଳୀ ପୀଠରେ ପୂଜା ପାଆନ୍ତି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି

ମା' ଙ୍କର ସାନିଧ୍ୟ ଲାଭ କରିବା ପାଇଁ ବହୁ ଶ୍ରଦ୍ଧାଳୁ ବର୍ଷ ବ୍ୟାପି ପ୍ରତିକ୍ଷା କରିଥାଆନ୍ତି । ମାନସିକଧାରୀ କଖାରୁ ବଳୀପ୍ରଥା ଏହି ପୀଠରେ ପ୍ରଚଳିତ ଅଛି। ହେଲେ ମାହାମାରୀ କୋରୋନା ଯୋଗୁଁ ସବୁକିଛି ଫିକା ପଡିଯାଇଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି କରିଛି । ଅନ୍ୟ ପକ୍ଷରେ ସମସ୍ତ କଟକଣା ମଧ୍ୟରେ ଏଠାରେ ମା' ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିବା କହିଛନ୍ତି ପୂଜକ ।

1958 ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା । ସ୍ଵର୍ଗତ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନ କରିବା ସହ ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା ଆରମ୍ଭ କରିଥିଲେ । ଏହା ଆଜି 63 ବର୍ଷରେ ପଦାର୍ପଣ କରିଛି । ଯାହାକି ଅନ୍ୟ ଦେବୀପୀଠ ଠାରୁ ଭିନ୍ନ । ଭାଇଚାରାର ସହର ଭଦ୍ରକର ପୂଜା କମିଟିରେ ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମାବଲମ୍ବୀମାନେ ସଦସ୍ୟ ଅଛନ୍ତି । ଉଭୟ ସମ୍ପ୍ରଦାୟର ପ୍ରଚେଷ୍ଟାରେ ଏଠାରେ ପୂଜା ନେଇ ସହଯୋଗ ରହିଥାଏ। ଏହା ଏକ ବିରଳ ଘଟଣା। ଚଳିତବର୍ଷ ଆଉ ଦେଖିବାକୁ ମିଳିବନି ପ୍ରତିବର୍ଷ ଭଳି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ। ଯାହାକୁ ନେଇ କମିଟି ସଦସ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି । ତେବେ କୋରୋନା ନେଇ ଜାରି କରାଯାଇଥିବା ସମସ୍ତ କଟକଣା ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ପୂଜା କମିଟିମାନଙ୍କର ଏକ ଜରୁରୀ ବୈଠକ ଡାକି ଆଲୋଚନା କରିଥିବା କହିଛନ୍ତି।

ଏହି ପୁରାତନ ଶକ୍ତିପୀଠ ମା' ବଙ୍କବାସୁଳୀ ପୀଠରେ, ପୀଠ ଦେବୀଙ୍କର ପୂଜା ସହ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜାର ସ୍ବତନ୍ତ୍ରତା ବେଶ ନିଆରା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.