ETV Bharat / state

ସୁସ୍ଥ ସମାଜ ଗଠନ ଲକ୍ଷ୍ୟ: ପଦଯାତ୍ରାରେ ଭଦ୍ରକ ପହଞ୍ଚିଲେ କର୍ଣ୍ଣାଟକର କ୍ରିଷ୍ଣା ନାଇକ - କର୍ଣ୍ଣାଟକର ଯୋଗ ପ୍ରଶିକ୍ଷକ

ସୁସ୍ଥ ସମାଜ ଗଠନ ପାଇଁ ଯୋଗ ସହ ବୃକ୍ଷରୋପଣର ନିତାନ୍ତ ଆବଶ୍ୟକ । ଏପରି ବାର୍ତ୍ତା ନେଇ କର୍ଣ୍ଣାଟକର ଯୋଗ ପ୍ରଶିକ୍ଷକ ସମଗ୍ର ଦେଶରେ ପଦଯାତ୍ରା କରୁଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 9, 2023, 12:27 PM IST

ଭଦ୍ରକ: କ୍ରିଷ୍ଣା ନାଇକ... ଘର କର୍ଣ୍ଣାଟକ ରାଜ୍ୟର ମହୀଶୂର ଅଞ୍ଚଳରେ । ସୁସ୍ଥ ସମାଜ ଗଠନର ବାର୍ତ୍ତା ନେଇ ସମଗ୍ର ଭାରତ ବର୍ଷରେ ପଦଯାତ୍ରା ଆରମ୍ଭ କରିଛନ୍ତି କ୍ରିଷ୍ଣା । ସୁସ୍ଥ ସମାଜ ପାଇଁ ଯୋଗ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ଏହାରି ମଧ୍ୟରେ ଓଡିଶାରେ ପହଞ୍ଚି ଯୋଗ ଶିକ୍ଷା ଦେଉଛନ୍ତି କ୍ରିଷ୍ଣା । ବିଭିନ୍ନ ଜିଲ୍ଲା ବୁଲିବୁଲି ସ୍କୁଲ ଓ କଲେଜରେ ପିଲାଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି । ଏହି ଯୁବକ ଗତ ଏକ ମାସ ହେଲା ଓଡିଶାରେ ଅଛନ୍ତି । କିଛିଦିନ ପୂର୍ବେ ସେ ଭଦ୍ରକ ଜିଲ୍ଲାରେ ପହଞ୍ଚିଥିବା ବେଳେ ଏଠାରେ କିନ୍ତୁ କୌଣସି ସ୍ଥାନରେ ଯୋଗ ଶିକ୍ଷା ଦେଇ ନଥିଲେ ।

କ୍ରିଷ୍ଣା ପୁରୀ ଓ କୋଣାର୍କକୁ ପଦଯାତ୍ରା କରି ସେଠାରେ ଯୋଗ କରିଥିଲେ । ଓଡିଶାରେ ବିଶେଷ ଭାବରେ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ତାଙ୍କୁ ପ୍ରଭାବିତ କରିଥିବା ସେ କହିଛନ୍ତି । ତେଣୁ ସେ ଜଗନ୍ନାଥ କରୁଣା ଲାଭ କରିବା ପାଇଁ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏକ ସୁସ୍ଥ ସମାଜ ଗଠନ ଦିଗରେ କର୍ଣ୍ଣାଟକ ଯୁବକଙ୍କ ଏହିପରି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

କ୍ରିଷ୍ଣା ନାଇକ ପେସାରେ ଜଣେ ଆନ୍ତର୍ଜାତୀୟ ଯୋଗ ପ୍ରଶିକ୍ଷକ । 2022 ମସିହା ନଭେମ୍ବର ମାସରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ । ଯାହାକି ପାଞ୍ଚ ମାସରୁ ଅଧିକ ସମୟ ଧରି ଜାରି ରହିଛି । ଇତିମଧ୍ୟରେ କ୍ରିଷ୍ଣା 5000 କିଲୋମିଟରରୁ ଅଧିକ ରାସ୍ତା ଓ ସାତଟି ରାଜ୍ୟ ଅତିକ୍ରମ କରିସାରିଛନ୍ତି । ଆଗକୁ ଅନ୍ୟ ରାଜ୍ୟରେ ପଦଯାତ୍ରା କରିବା ଲକ୍ଷ୍ୟ ରଖିଛନ୍ତି । ବିଶେଷକରି ବିଭିନ୍ନ ସ୍କୁଲ ଏବଂ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ଦେବା ସହ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି କରିବା ତାଙ୍କର ପଦଯାତ୍ରାର ଲକ୍ଷ୍ୟ ।

ସ୍କୁଲ ଏବଂ କଲେଜରେ ଚାଲିଥିବା ଶିକ୍ଷାଦାନ ସମୟରେ ସେ ସେଠାକୁ ଯାଇଥାନ୍ତି । ମୁଖ୍ୟତଃ ଯୋଗ, ଆସନ, ପ୍ରାଣାୟାମ ଏବଂ ଧ୍ୟାନ କରିବା ପାଇଁ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦେଇଥାନ୍ତି । ସମଗ୍ର ଭାରତ ବର୍ଷରେ ପଦଯାତ୍ରା ଶେଷ କରିବା ପାଇଁ ତାଙ୍କୁ ଆହୁରି ଦୁଇ ବର୍ଷ ଲାଗିପାରେ ବୋଲି କ୍ରିଷ୍ଣା କହିଛନ୍ତି । ସେ ଓଡିଶାରେ ଏକ ମାସରୁ ଅଧିକ ସମୟ ଧରି ସୁସ୍ଥ ସମାଜ ଗଠନ ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.