ETV Bharat / state

କାଳିଆ ହିତାଧିକାରୀଙ୍କ ଟଙ୍କା ବାଟବଣା - ଭଦ୍ରକ କାଳିଆ ହିତାଧିକାରୀଙ୍କ ଟଙ୍କା ବାଟବଣା

କାଳିଆ ଓ ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଟଙ୍କା ବାଟବଣା ହୋଇଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଅନଶନରେ ବସିଛନ୍ତି ଚାଷୀ। ଅଧିକ ପଢନ୍ତୁ...

kalia instalment fraud in bhadrak
ଭୁଶୁଡ଼ିଲା ପୋଲର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି ।
author img

By

Published : Mar 9, 2021, 9:21 PM IST

ଭଦ୍ରକ: କାଳିଆ ହିତାଧିକାରୀଙ୍କ ଟଙ୍କା ବାଟବଣା। କାଳିଆ ଓ ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଟଙ୍କା ବାଟବଣା ହୋଇଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଅନଶନରେ ବସିଛନ୍ତି ଚାଷୀ।

ଭୁଶୁଡ଼ିଲା ପୋଲର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି ।

କାଳିଆ ହିତାଧିକାରୀଙ୍କ ଟଙ୍କା ବାଟବଣା ଅଭିଯୋଗରେ ଅନଶନ । ପ୍ରକୃତ ହିତାଧିକାରୀ ଭାବେ ପୀରହାଟ ନମେଇସାହି ଗାଁର ଗଙ୍ଗାଧର ବାରିକ କୃଷି ବିଭାଗ ପକ୍ଷରୁ ଚୟନ ହୋଇଥିଲେ। ଏନେଇ ସେ ତାଙ୍କର ସମସ୍ତ କାଗଜପତ୍ର ମଧ୍ୟ ବିଭାଗ ଠାରେ ଦାଖଲ କରିଥିଲେ। ଦୁଇ ବର୍ଷ ବିତିଯିବା ପରେ କୌଣସି ସହାୟତା ଟଙ୍କା ମିଳିନଥିବାରୁ ଗଙ୍ଗାଧର ଅନଲାଇନ ଜରିଆରେ ଯାଞ୍ଚ କରିଥିଲେ। ଦୁଇ କିସ୍ତିରେ ତାଙ୍କ ବାବଦରେ ଆସିଥିବା 14 ହଜାର ଟଙ୍କା ଅନ୍ୟ ଜଣେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ଗଙ୍ଗାଧର କୃଷି ବିଭାଗର ପଦାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ଏପରି ଅନଶନ କରିବାକୁ ବାଧ୍ୟ ହୋଇଥିବା ଗଙ୍ଗାଧର ପ୍ରକାଶ କରିଛନ୍ତି। ଅପରାହ୍ନରେ ବ୍ଲକ ଅଧ୍ୟକ୍ଷା, ବିଡିଓ ଓ ବ୍ଲକ କୃଷି ଅଧିକାରୀ ଅନଶନକାରୀଙ୍କୁ ବୁଝାସୁଝା କରିବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.