ଭଦ୍ରକ: ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଇଚ୍ଛାପୁର ଛକରୁ ଲକ୍ଷାଧିକ ଟଙ୍କାର ଚୋରାକାଠ ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ଇଚ୍ଛାପୁର ଛକରେ ଥିବା ଜଗବନ୍ଧୁ ମହଲ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ବେଆଇନ ଭାବେ ଗଚ୍ଛିତ ଥିବା ଚୋରା କାଠକୁ ଜବତ କରାଯାଇଥିଲା ।
ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ବରହମପୁର ଗ୍ରାମର ଜଗବନ୍ଧୁ ମହଲଙ୍କ ଇଚ୍ଛାପୁରରେ ଥିବା ଏହି ଘରକୁ ପୁରୁଣା ବଜାର ଥାନା ଶଙ୍କରପୁର ଅଞ୍ଚଳର ଇମ୍ରାନ ଭଡ଼ା ସୁତ୍ରର ନେଇ ଏହି ବେଆଇନ କାଠ ଗଚ୍ଛିତ କରିଥିବା ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ