ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ଅଭିଯୋଗ ଆଣିଲେ ପ୍ରବାସୀ

author img

By

Published : Aug 10, 2020, 8:49 PM IST

ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ ।

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ଅଭିଯୋଗ ଆଣିଲେ ପ୍ରବାସୀ
ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା, ଅଭିଯୋଗ ଆଣିଲେ ପ୍ରବାସୀ

ଭଦ୍ରକ: ସଙ୍ଗରୋଧ କେନ୍ଦ୍ରରେ ୨୦ ଦିନ ରହିବା ପରେ ମଧ୍ୟ ଘରକୁ ଛଡା ଯାଉନଥିବା ଅଭିଯୋଗ । ବାହାରୁ ଫେରିବା ପରେ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ବେ ଅଧିକ ଦିନ ରଖାଯାଉଛି । ଏଥିଯୋଗୁଁ ମାନସିକ ନିର୍ଯାତନା ବଢୁଥିବା ଅଭିଯୋଗ କରିଛନ୍ତି ପ୍ରବାସୀ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ ।

ଏହି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କର ସ୍ବାବ ଟେଷ୍ଟ ପାଇଁ ଦୀର୍ଘଦିନରୁ ନମୁନା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସିନାହିଁ । ଫଳରେ ପ୍ରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆବଶ୍ୟକୀୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ନଥିବା, ଫ୍ୟାନ୍ ଅଚଳ, ଶୌଚାଳୟ ପରିଷ୍କାର ହେଉନଥିବା ଭଳି ବିଭିନ୍ନ ଅଭିଯୋଗ ଆଣିଛନ୍ତି ପ୍ରବାସୀ । କୋରୋନା ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀ ଯଥେଷ୍ଟ ସଚେତନତା ଅବଲମ୍ବନ କରୁଥିବାବେଳେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । କିନ୍ତୁ ତିହିଡି ବ୍ଲକ ପ୍ରଶାସନ ଏହାକୁ ସଠିକ ଭାବେ ପରିଚାଳନା କରୁନଥିବା ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.