ଭଦ୍ରକ: ପୁଣି ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର । ଏହା ବର୍ତ୍ତମାନ ବିପଦ ସଙ୍କେତ ଉପରେ ବୋହିବାରେ ଲାଗିଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବାବେଳେ ଅପରାହ୍ଣ ୨ଟା ସୁଦ୍ଧା ୧୭.୮୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।
କ୍ରମାଗତ ଭାବେ ଜଳସ୍ତର କମୁଥିବାବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଲେ ପୁଣି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହେବ ବୋଲି ଆଶଙ୍କା ଦେଖା ଦେଇଛି । ଯାହାକୁ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି ବୋଲି ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ