ଭଦ୍ରକ: ବିଭିନ୍ନ ଫୌଜଦାରୀ ମାମଲାରେ ଓଡ଼ିଶାରେ ହେଉଥିବା ଦଣ୍ଡବିଧାନ ହାର ଭାରତର ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିବା ଜଣାପଡ଼ିଛି । ବିଳମ୍ବରେ ହେଲେ ମଧ୍ୟ ଶେଷରେ ଫୌଜଦାରୀ ମାମଲାରେ ଦଣ୍ଡବିଧାନ ସଂଖ୍ୟା ରାଜ୍ଯରେ ବଢାଇବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଏନେଇ ଏକ କର୍ମଶାଳା ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି।
ଦୋଷୀ ନିର୍ଦ୍ଦୋଷରେ ଖଲାସ ବା ଦୋଷୀର ଦଣ୍ଡବିଧାନ ହାର କମ ହୋଇଗଲେ ସମାଜରେ ଅସମାନତା ଦେଖା ଦେବ । ଫଳରେ ସାମାଜକୁ ଉଚିତ ସୁରକ୍ଷା ପ୍ରଦାନ କରାଯାଇପାରିବ ନାହିଁ ବୋଲି ଏହି କର୍ମଶାଳାରେ ମତ ପ୍ରକାଶ ପାଇଛି । ଏନେଇ ସରକାରୀ ଓକିଲ ଓ ପୋଲିସ ମଧ୍ୟରେ କିପରି ତାଳମେଳ ସଠିକ ଭାବେ ରହିପାରିବ ସେନେଇ ଆଲୋଚନା ହୋଇଥିଲା। ମୋଟାମୋଟି ଦଣ୍ଡବିଧାନ ହାର ବୃଦ୍ଧି କରିବା ପାଇଁ ପ୍ରୟାସ କରିବା ଏହି କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ବୋଲି କହିଛନ୍ତି ପବ୍ଲିକ ପ୍ରସିକ୍ୟୁସନର ନିର୍ଦ୍ଦେଶକ ମାନସ କୁମାର ମିଶ୍ର ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ