ETV Bharat / state

ପ୍ରୋତ୍ସାହନ ଟଙ୍କା ନପାଇ ପ୍ରବାସୀଙ୍କ ପ୍ରତିବାଦ - ପ୍ରୋତ୍ସାହନ ଟଙ୍କାରୁ ବଞ୍ଚିତ ହୋଇ ପ୍ରବାସୀଙ୍କ ପ୍ରତିବାଦ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବାସୀଙ୍କ ପ୍ରତିବାଦ । ପ୍ରୋତ୍ସାହନ ଟଙ୍କାରୁ ବଞ୍ଚିତ ହୋଇ ପ୍ରବାସୀଙ୍କ ପ୍ରତିବାଦ।

bhadrak
ଭଦ୍ରକରେ ପ୍ରବାସୀଙ୍କ ପ୍ରତିବାଦ
author img

By

Published : Sep 8, 2020, 9:30 PM IST

Updated : Sep 8, 2020, 9:55 PM IST

ଭଦ୍ରକ: ପ୍ରୋତ୍ସାହନ ଟଙ୍କାରୁ ବଞ୍ଚିତ ହୋଇ ପ୍ରବାସୀଙ୍କ ପ୍ରତିବାଦ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ। ଖବର ଅନୁଯାୟୀ ଏହି ପ୍ରବାସୀମାନେ 4 ମାସ ତଳେ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଛନ୍ତି। ହେଲେ ଏଯାଏଁ ପ୍ରୋତ୍ସାହନ ଟଙ୍କା ମିଳି ନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଭଦ୍ରକରେ ପ୍ରବାସୀଙ୍କ ପ୍ରତିବାଦ

କୋରୋନା ପାଇଁ ବାହାର ରାଜ୍ୟ ଫେରନ୍ତା ପ୍ରବାସୀ ଶ୍ରମିକ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ସେମାନଙ୍କୁ 2 ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ। ମାତ୍ର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଭେଟିବା ପରେ ମଧ୍ୟ ସେମାନଙ୍କୁ ଏହା ମିଳିନାହିଁ।

ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଏହି ଟଙ୍କା ସେମାନଙ୍କ ପରିବାର ପୋଷଣ କରିବାରେ ସହାୟକ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। ଟଙ୍କା ନମିଳିବା ପର୍ଯ୍ୟନ୍ତ ସେମାନେ ପ୍ରତିବାଦ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଏହି ପ୍ରବାସୀମାନେ କାଁପଡା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ନଥିଲେ। ବ୍ଲକ ପ୍ରଶାସନ ସେମାନଙ୍କୁ ଅନ୍ୟ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ। ସେଥିପାଇଁ ପଞ୍ଚାୟତ ଚିଠାରେ ସେମାନଙ୍କ ନାମ ନଥିବାରୁ ପ୍ରୋତ୍ସାହନ ଟଙ୍କାରୁ ବଞ୍ଚିତ ହୋଇଥିବା କହିଛନ୍ତି ସରପଞ୍ଚ ବିଦେଶିନୀ ସ୍ବାଇଁ। ବ୍ଲକ ପ୍ରଶାସନ ପକ୍ଷରୁ ସାନି ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

Last Updated : Sep 8, 2020, 9:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.