ଭଦ୍ରକ: ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଭଟ୍ଟତିରା ରେଲୱେ ଫାଟକ ନିକଟରୁ ବେଆଇନ ଦେଶୀ ମଦ ଜବତ ହୋଇଛି । ବାଲେଶ୍ଵରରୁ ଭଦ୍ରକ ଆସୁଥିବା OD 01AA-5752 ଏକ ପିକଅପ ଭ୍ଯାନରେ ଦେଶୀମଦ ଯାଉଥିବା ଖବର ପାଇ ପୁଲିସ ଗାଡିକୁ ଅଟକାଇ ଥିଲା । ଭ୍ଯାନରେ 8ଟି ବସ୍ତାରେ 400 ଲିଟର ମଦ ଥିବା ଜଣାପଡିଛି ।
ତେବେ ଗାଡିଟିକୁ ଅଟକାଇବା ସମୟରେ ଏଥିରେ ଥିବା ଡ୍ରାଇଭର ସମେତ 4 ଜଣ ଖସି ପଳାଉଥିବାବେଳେ ସେମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା। ସମସ୍ତ ଅଭିଯୁକ୍ତ ବାଲେଶ୍ଵର ଜିଲ୍ଲାର ବୋଲି ସୂଚନା ମିଳିଛି ।
ଏମାନେ ହେଲେ ସଞ୍ଜୟ ଘଡେ଼ଇ, ରଞ୍ଜିତ ବାରିକ, ରାଜେଶ ପୁହାଣ ଓ ତ୍ରିଲୋଚନ ଗାହଣ। ଏହି 4 ଜଣ ଦୀର୍ଘ ବର୍ଷ ଧରି ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ ଦେଶୀ ମଦ କାରବାର କରୁଥିବା ଜଣାପଡ଼ିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ