ଭଦ୍ରକ: ଆକ୍ସନ ମୋଡ଼ରେ ଭଦ୍ରକ ଅବକାରୀ ବିଭାଗ। ପୁଣି ଜବତ ହୋଇଛି ଲକ୍ଷାଧିକ ଟଙ୍କାର ବେଆଇନ ମଦ । ଏହି ମାମଲାରେ 11 ଜଣ ଗିରଫ ହୋଇଛନ୍ତି ।
ମଙ୍ଗଳବାର ଭଦ୍ରକ ଅବକାରୀ ବିଭାଗ ଇନ୍ସପେକ୍ଟର ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ ଭଦ୍ରକ ଟାଉନ ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ପୁରୁଣା ବଜାର ଥାନା ଅନ୍ତର୍ଗତ ଚଢିଆ, ନରିପୁର, କାଉପୁର ଛକ, ଗରଦପୁର, ଡାହାଣୀ ଗଡ଼ିଆ କେନାଲ ରୋଡ ଆଦି 9 ଟି ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବିକ୍ରି ହେଉଥିବା ମୋଟ 510 ଲିଟର ଦେଶୀ ମଦ, 30 ଲିଟର ବିଅର, 30 ଲିଟର ଆସ୍କା ଫର୍ଟି ସହ ଗୋଟିଏ ଫ୍ରିଜ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ତେବେ ଏ ନେଇ ଅବକାରୀ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ