ETV Bharat / state

ବେଆଇନ ଗୋଚାଲାଣ: କଣ୍ଟେନର ଜବତ, 100ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର - illegal-cattle-carts-seized

ବେଆଇନ ଭାବେ ଭୁବନେଶ୍ୱରରୁ କୋଲକାତା ଚାଲାଣ ହେଉଥିବା ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଲା ପୋଲିସ । ଏହି କଣ୍ଟେନରରୁ 100ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

illegal-cattle-carts-seized-from Bhadrak
ବେଆଇନ ଗୋଚାଲାଣ: କଣ୍ଟେନର ଜବତ, 100ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର
author img

By

Published : Apr 22, 2021, 8:37 PM IST

ଭଦ୍ରକ: ବେଆଇନ ଭାବେ ଭୁବନେଶ୍ୱରରୁ କୋଲକାତା ଚାଲାଣ ହେଉଥିବା ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଲା ପୋଲିସ । ଏହି କଣ୍ଟେନରରୁ 100ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଏକ କଣ୍ଟେନରକୁ ଯାଞ୍ଚ କରିବାବେଳେ ସେଥିରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ଜଣାପଡ଼ିଥିଲା । ପରେ କଣ୍ଟେନରକୁ ଜବତ କରି ବେଆଇନ ଭାବେ ଚାଲାଣ କରାଯାଉଥିବା ଗୋରୁଙ୍କୁ ପୋଲିସ ଉଦ୍ଧାର କରି ଏନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

ଏହି ଘଟଣାରେ ଜଣଙ୍କୁ ପୋଲିସ ଅଟକ ରଖିବା ସହ ଗୋରୁଙ୍କୁ ମଇତାପୁର ଠାରେ ଥିବା ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.