ଭଦ୍ରକ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ନଚ୍ଛିବିନ୍ଧା ଗାଁର ଜନୈକା ମହିଳାଙ୍କୁ ଅସଦାଚରଣ କରିଥିବା ଘଟଣାରେ ପୀଡିତାଙ୍କ ପକ୍ଷରୁ ଏତଲାକୁ ପୋଲିସ ଗ୍ରହଣ କରିନଥିବା ଜଣାପଡିଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ପୀଡିତା। ପୀଡିତାଙ୍କ ଏତଲାକୁ ଭିତ୍ତିକରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ଏନେଇ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୀରହାଟ ଥାନା ପକ୍ଷରୁ ପୀଡିତାଙ୍କ ଏତଲା ଆଧାରରେ ଅଭିଯୁକ୍ତମାନଙ୍କ ବିରୋଧରେ ଏକ ମାମଲା 62/21, ଦଫା 376 ଓ 323 ଆଇପିସି ରୁଜୁ କରାଯାଇଛି। ଯଥାଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାନଗଲେ, ଆଗାମି ଦିନରେ ଚରମ ପଦକ୍ଷେପ ନେବାକୁ ସେ ବାଧ୍ୟ ହେବେ ବୋଲି ପୀଡିତାଙ୍କ ପକ୍ଷରୁ ଚେତାବନି ଦିଆଯାଇଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ