ETV Bharat / state

Dhamnagar bypoll: ଶେଷ ଦିନରେ ବିଜେପିର ମାରାଥନ ପ୍ରଚାର - ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

ଧାମନଗର ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଶେଷ ଦିନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

Dhamnagar bypoll: ଶେଷ ଦିନରେ ବିଜେପିର ମାରାଥନ ପ୍ରଚାର

author img

By

Published : Nov 1, 2022, 4:11 PM IST

ଭଦ୍ରକ: ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତିମ ଚେଷ୍ଟା ଜାରି ରଖିଛନ୍ତି ରାଜନୈତିକ ଦଳ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଶେଷ ପର୍ଯ୍ୟାୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି । ସେପଟେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ଗତକାଲି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

Dhamnagar bypoll: ଶେଷ ଦିନରେ ବିଜେପିର ମାରାଥନ ପ୍ରଚାର

ଆଜି ସରୁଛି ଧାମନଗର ଉପ ନିର୍ବାଚନ ଲାଗି ପ୍ରଚାର । ଆସନ୍ତା ୩ ତାରିଖ (ଗୁରୁବାର) ଦିନ ମତଦାନ ହେବାକୁ ଥିବାବେଳେ ପ୍ରଚାର ପାଇଁ ହାତରେ ଆଉ କିଛି ଘଣ୍ଟାର ସମୟ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ । ସେ ତିହିଡି ବ୍ଲକର ନୟାନନ୍ଦ, ପାଳିଆ, ଅଚକ ଆଦି ପଞ୍ଚାୟତରେ ମୋଟର ସାଇକେଲ ଶୋଭାଯାତ୍ରା ଏବଂ ଡୋର କ୍ୟାମ୍ପେନିଂ କରି ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିପରି ସୂର୍ଯ୍ୟବଂଶୀ ମଧ୍ୟ ତିହିଡି ବ୍ଲକର ତାଳପଦା, କୁବେର ଗୁଆମାଳ ଆଦି ପଞ୍ଚାୟତରେ ଘରକୁ ଘର ବୁଲି ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶେଷ ପର୍ଯ୍ୟାୟ ପ୍ରଚାରରେ ସାମିଲ ହେବେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...Dhamnagar bypoll: ଆଜି ସରୁଛି ପ୍ରଚାର, ବିଜେପିର ଅଭିଯୋଗ ବିଜେଡି ବାଣ୍ଟିବ ଟଙ୍କା

ମତଦାନ ଲାଗି ଆଜି ପ୍ରଚାର ସରୁଥିବାବେଳେ ଆଗାମୀ ଦୁଇ ଦିନରେ ବିଜେଡି ବ୍ୟାପକ ଟଙ୍କା ବାଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି । ଗାଁ ଗାଁରେ ସରକାରୀ ଅଧିକାରୀ, ଏସଏଚଜି ମହିଳା ଓ ଗୋଟିଏ ପଞ୍ଚାୟତରେ ସରକାର ସହ ଲିଙ୍କ ଥିବା ୩୦ ଜଣଙ୍କୁ ଲଗାଇ ବିଜେଡି ଟଙ୍କା ବଣ୍ଟିବ ବୋଲି ଅଭିଯୋଗ କରିଛି ଦଳ । ଏପରିକି ବିଜେଡି ଅର୍ଥ ଏବଂ ବାହୁବଳ ଲଗାଇ ଏହି ନିର୍ବାଚନ ଜିତିବା ପାଇଁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି । ବିଜେଡି ଟଙ୍କା ବଣ୍ଟୁଥିବା ବେଳେ ପୋଲିସ ନିଷ୍କ୍ରିୟ ହୋଇଥିବା ଅଭିଯୋଗ କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଗତକାଲି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ । ତେବେ ବିଜେପି ପ୍ରତି ଜନ ସମର୍ଥନ ଅଧିକ ଅଛି ଓ ଲୋକେ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବହୁ ଭୋଟରେ ବିଜୟୀ କରାଇବେ ବୋଲି ଦଳୀୟ ନେତୃବୃନ୍ଦ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.