ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ମେଡିକାଲରେ ନାହିଁ ଶଯ୍ୟା, ବାରଣ୍ଡାରେ ରୋଗୀ

ଭଦ୍ରକ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଅବସ୍ଥା । ଜିଲ୍ଲା ଡାକ୍ତରଖାନାରେ ବେଡ ଅଭାବ ଥିବାରୁ ବାରଣ୍ଡାରେ ରୋଗୀଙ୍କ ଚିକିତ୍ସା କରାଯାଉଛି । ଭଦ୍ରକ ଜିଲ୍ଲା ମାନ୍ୟତା ପାଇବାର 26 ବର୍ଷ ବିତିଗଲାଣି । ହେଲେ ସ୍ବାସ୍ଥ୍ୟ ସେବା ପରି ଏକ ମୌଳିକ ସେବା ଜିଲ୍ଲାବାସୀଙ୍କୁ ଯୋଗାଇ ଦେବାରେ ସରକାର କାହିଁକି ବିମୁଖ ? ସେ ନେଇ ଉଠିଛି ପ୍ରଶ୍ନ ?

author img

By

Published : Jul 13, 2019, 11:48 AM IST

ଡିଜାଇନ ଫଟୋ

ଭଦ୍ରକ: ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲାଣି । ହେଲେ ଏବେ ସୁଦ୍ଧା ସୁଧୁରିନି ଜିଲ୍ଲାର ସ୍ଵାସ୍ଥ୍ୟ ସେବା ସମସ୍ୟା । ଏବେବି ମେଡିକାଲ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଶତାଧିକ ରୋଗୀ । ହେଲେ ଏନେଇ ସରକାରଙ୍କ ଦ୍ବାହି ଦେଇ ହାତ ଟେକି ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ଖବର ଅନୁଯାୟୀ, 2011 ଜନ ଗଣନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ମୋଟ ଜନସଂଖ୍ୟା 15,06522 ଜଣ । ହେଲେ ଏଠାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ । 1993 ମସିହା ଏପ୍ରିଲ 1 ତାରିଖରେ ଅବିଭକ୍ତ ବାଲେଶ୍ବର ଜିଲ୍ଲାରୁ ପୃଥକ ହୋଇ ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲା । ସେତେବେଳେ ସବଡିଭିଜନ ମାନ୍ୟତାରେ ଥିବା ଭଦ୍ରକ ଚିକିତ୍ସାଳୟରେ 191 ଜଣ ଅନ୍ତେବାସୀ ରୋଗୀଙ୍କ ପାଇଁ ଚିକିତ୍ସାର ବ୍ୟବସ୍ଥା ଥିଲା ।

ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲା ପରେ ବହୁ କଷ୍ଟରେ ବର୍ତ୍ତମାନ ମେଡିକାଲରେ ଶଯ୍ୟା ସଂଖ୍ୟା 269କୁ ବୃଦ୍ଧି କରାଯାଇଛି । ଯାହା ସମୁଦ୍ରକୁ ଶଙ୍ଖେ ବୋଲି ରୋଗୀଙ୍କ ସହ ମେଡିକାଲ କତୃପକ୍ଷ ମଧ୍ୟ ସ୍ବୀକାର କରୁଛନ୍ତି । ଏହି ଜିଲ୍ଲା ସ୍ବାସ୍ଥ୍ୟ ଚିକିତ୍ସାଳୟ ଉପରେ ଭଦ୍ରକ ଜିଲ୍ଲା ସମେତ ପଡୋଶୀ କେନ୍ଦୁଝର ଏବଂ ଯାଜପୁର ଜିଲାର ଲୋକେ ମଧ୍ୟ ନିର୍ଭର କରନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଦୈନିକ ଶତାଧିକ ଗୁରୁତର ଅନ୍ତେବାସୀ ମେଡିକାଲରେ ପର୍ଯ୍ୟାପ୍ତ ଶଯ୍ୟା ନଥବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ମେଡିକାଲ ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଏନେଇ ଇଟିଭି ଭାରତ ଟିମ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ମତାମତ ଲୋଡିଥିଲା । ସେ ଏହି ସମସ୍ୟାକୁ ସ୍ବୀକାର କରିଥିଲେ । ହେଲେ ଏହି ମୌଳିକ ସମସ୍ୟାର ସମାଧାନ ଦିଗରେ କୌଣସି ଠୋସ୍ ଉତ୍ତର ଦେଇପାରିନାହାଁନ୍ତି । ତେବେ ଏହି ସମସ୍ୟାର ଶୀଘ୍ର ସମାଧାନ ନେଇ ସେ ଆଶା ପ୍ରକାଶ କରି ଆମକୁ ସଫେଇ ଦେଇଛନ୍ତି । ଭଦ୍ରକ ଜିଲ୍ଲା ମାନ୍ୟତା ପାଇବାର 26 ବର୍ଷ ବିତି ଗଲାଣି । ହେଲେ ସ୍ବାସ୍ଥ୍ୟ ସେବା ପରି ଏକ ମୌଳିକ ସେବା ଜିଲ୍ଲାବାସୀଙ୍କୁ ଯୋଗାଇ ଦେବାରେ ସରକାର କାହିଁକି ବିମୁଖ ? ସେନେଇ ଉଠିଛି ପ୍ରଶ୍ନ ?

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

Intro:ଦୁଇ ଦଶନ୍ଧି ରୁ ଅଧିକ ହେବ। ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲାଣି। ହେଲେ ଜିଲ୍ଲାରେ ସୁଧୁରି ନାହିଁ ସ୍ଵାସ୍ଥ୍ୟ ସେବା ସମସ୍ୟା। ଏବେବି ମେଡିକାଲ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ସତାଧିକା ରୋଗୀ। ହେଲେ ଏନେଇ ସରକାରଙ୍କ ଦ୍ୱାହି ଦେଇ ହାତ ଟେକି ଦେଇଛନ୍ତି ବିଭାଗୀୟ ଅଧିକାରୀ।

Body:Vo_1 : 2011 ଜନ ଗଣନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ମୋଟ ଜନସଂଖ୍ୟା 15,06522 ଜଣ। ହେଲେ ଏଠାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ। 1993 ମସିହା ଏପ୍ରିଲ 1 ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରୁ ପୃଥକ ହୋଇ ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲା। ସେତେବେଳେ ସବଡିଭିଜନ ମାନ୍ୟତାରେ ଥିବା ଭଦ୍ରକ ଚିକିତ୍ସାଳୟରେ 191 ଜଣ ଅନ୍ତେବାସୀ ରୋଗୀଙ୍କ ପାଇଁ ଚିକିତ୍ସାର ବ୍ୟବସ୍ଥା ଥିଲା। ଭଦ୍ରକ ଜିଲ୍ଲାର ମାନ୍ୟତା ପାଇଲା ପରେ ବହୁ କଷ୍ଟରେ ଏହା ବର୍ତ୍ତମାନ 269 ବେଡ କୁ ବୃଦ୍ଧି କରାଯାଇଛି। ହେଲେ ଏହା ସମୁଦ୍ରକୁ ଶଙ୍ଖେ ବୋଲି ରୋଗୀଙ୍କ ସହ ମେଡିକାଲ କତୃପକ୍ଷ ମଧ୍ଯ ସ୍ୱୀକାର କରୁଛନ୍ତି। ଏହି ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସାଳୟ ଉପରେ ଭଦ୍ରକ ଜିଲ୍ଲା ସମେତ ପଡୋଶୀ କେନ୍ଦୁଝର ଏବଂ ଯାଜପୁର ଜିଲାର ଲୋକେ ମଧ୍ୟ ନିର୍ଭର କରନ୍ତି। Bite_1 : ବିକାଶ ବେହେରା_ରୋଗୀଙ୍କ ସମ୍ପର୍କୀୟ Bite_2 : ସେକ ଅରଫାନ_ରୋଗୀଙ୍କ ସମ୍ପର୍କୀୟ Vo_2 : ଦୈନିକ ସତାଧିକା ଗୁରୁତର ଅନ୍ତେବାସୀ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବେଡ ନଥବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରୁଛନ୍ତି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। ହେଲେ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ସେମାନେ ମେଡିକାଲ ବାରଣ୍ଡାରେ ଚିକିତ୍ସିତ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏନେଇ ଆମେ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ ମତାମତ ଲୋଡିଥିଲୁ। ସେ ଏହି ସମସ୍ୟାକୁ ସ୍ୱୀକାର କରିଥିଲେ। ହେଲେ ଏହି ମୌଳିକ ସମସ୍ୟାର ସମାଧାନ ଦିଗରେ କୌଣସି ଠୋସ୍ ଉତ୍ତର ଦେଇପାରିନାହାନ୍ତି। ତେବେ ଏହି ସମସ୍ୟାର ଶୀଘ୍ର ସମାଧାନ ନେଇ ସେ ଆଶା ପ୍ରକାଶ କରି ଆମକୁ ସଫେଇ ଦେଇଥିଲେ। Bite_3 : ଡାକ୍ତର ପ୍ରଦୀପ କୁମାର ଖୁଣ୍ଟିଆ_ଜିଲ୍ଲା ଚିକିତ୍ସା ଅଧିକାରୀ

Conclusion:FVO : ଭଦ୍ରକ ଜିଲ୍ଲା ମାନ୍ୟତା ପାଇବାର 26 ବର୍ଷ ବିତି ଗଲାଣି। ହେଲେ ସ୍ୱାସ୍ଥ୍ୟ ସେବା ପରି ଏକ ମୌଳିକ ସେବା ଜିଲ୍ଲା ବାସୀଙ୍କୁ ଯୋଗାଇ ଦେବାରେ ସରକାର କାହିଁକି ବିମୁଖ ? ସେନେଇ ଉଠିଛି ପ୍ରଶ୍ନ ?
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.