ETV Bharat / state

ଯୌତୁକ ପାଇଁ ପୁଣି ବଧୂହତ୍ୟା !

ଭଦ୍ରକ ଜିଲ୍ଲାର ବାଂଶଡ଼ା ଥାନା ଅନ୍ତର୍ଗତ ରାଜେନ୍ଦ୍ରପଲ୍ଲୀ ଗାଁରେ ମହିଳାଙ୍କ ମୃତଦେହ ଉଦ୍ଧାର । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କଲା ପରିବାର । ଅଧିକ ପଢ଼ନ୍ତୁ...

author img

By

Published : Jun 24, 2021, 6:19 PM IST

hanging dead body of lady,  rajendrapalli village of bhadrak, ବଧୂହତ୍ୟା ଅଭିଯୋଗ,  ରାଜେନ୍ଦ୍ରପଲ୍ଲୀ ଗାଁରେ ବଧୂହତ୍ୟା, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
ଯୌତୁକ ପାଇଁ ପୁଣି ବଧୂହତ୍ୟା !

ଭଦ୍ରକ: ଜିଲ୍ଲାର ବାଂଶଡ଼ା ଥାନା ଅନ୍ତର୍ଗତ ଚରଦିଆ ପଞ୍ଚାୟତ ରାଜେନ୍ଦ୍ରପଲ୍ଲୀ ଗାଁରେ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ମୃତ ମହିଳାଙ୍କ ସ୍ବାମୀକୁ ଅଟକ ରଖିଥିବା ଜଣାଯାଇଛି। ମୃତ ମହିଳା ସତ୍ୟରଞ୍ଜନ ଦଳେଇଙ୍କ ସ୍ତ୍ରୀ ସୁମିତ୍ରା ହୋଇଥିବା ସୂଚନା । ସୁମିତ୍ରାଙ୍କୁ ମାଡ ମାରି ସୁପରିକଳ୍ପିତ ଭାବେ ଦଉଡି଼ରେ ଝୁଲାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଯୌତୁକ ପାଇଁ ପୁଣି ବଧୂହତ୍ୟା !

ଖବର ଅନୁଯାୟୀ କେନ୍ଦ୍ରପଡ଼ା ଜିଲ୍ଲା ତାଳଚୁଆ ଅଞ୍ଚଳର ଝୁନା ପାତ୍ରଙ୍କ ଝିଅ ସୁମିତ୍ରା ଦଳେଇ ଚରଦିଆ ପଞ୍ଚାୟତ ରାଜେନ୍ଦ୍ର ପଲ୍ଲୀ ଗାଁର ରତ୍ନାକର ଦଳେଇଙ୍କ ପୁଅ ସତ୍ୟ ରଞ୍ଜନ ଦଳେଇଙ୍କୁ ଗତ 2019 ମହିହାରେ ବୈଦିକ ରୀତିରେ ବିବାହ କରିଥିଲେ ।

ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯାନି ଯୌତୁକ ମଧ୍ୟ ପ୍ରଦାନ କରାଯାଇଥିଲା । ମାତ୍ର ପରେ ସୁମିତ୍ରାଙ୍କୁ ବିଭିନ୍ନ ସମୟରେ ଅଧିକ ଯୌତୁକ ଦାବି କରାଯିବା ସହିତ ଶ୍ବଶୁରଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ସୂଚନା ମିଳିଛି। ତେବେ ସୁମିତ୍ରାଙ୍କୁ ମାରିଦେଇ ଆତ୍ମହତ୍ୟାର ରୂପ ଦେଇଥିବା ବାପଘର ପକ୍ଷରୁ ବାଂଶଡ଼ା ଥାନାରେ ଅଭିଯୋଗ ହୋଇଛି । ଏଥିସହ ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର ହସ୍ତକ୍ଷେପ ପରେ ସ୍ଥିତି ସାମାନ୍ୟ ହୋଇଥିଲା।

ଅଭିଯୋଗକୁ ଭିତ୍ତି କରି ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ମୃତ ମହିଳାଙ୍କ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.