ETV Bharat / state

ଚାଲିଲାନି ଟ୍ରେନ, ହଜ ଯାତ୍ରା ପାଇଁ ବସ୍‌ରେ କୋଲକାତା ଗଲେ ମୁସଲମାନ ସମ୍ପ୍ରଦାୟ - ବାହାନଗାରେ ରେଳ ଦୁର୍ଘଟଣା

ହଜ ଯାତ୍ରା ପାଇଁ ବସରେ ଭଦ୍ରକରୁ କୋଲକାତା ଗଲେ ମୁସଲମାନ ଭାଇ ଭଉଣୀ। ଅଧିକ ପଢନ୍ତୁ

hajj pilgrims start their journey
hajj pilgrims start their journey
author img

By

Published : Jun 6, 2023, 10:43 AM IST

hajj pilgrims start their journey

ଭଦ୍ରକ: ବାହାନଗାରେ ରେଳ ଦୁର୍ଘଟଣା ପରେ କିଛି ଟ୍ରେନକୁ ବାତିଲ କରାଯାଇଥିଲା। ରେଳ ଷ୍ଟେସନର ମରାମତି ଚାଲିଥିବା ବେଳେ ଭଦ୍ରକରୁ କୋଲକାତା ରେଳ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ଏପରି ସମୟରେ ମକା ମଗିନାରେ ହେବାକୁ ଥିବା ହଜ ଯାତ୍ରାରେ କିପରି କରିବେ ସେନେଇ ଚିନ୍ତାରେ ଥିଲେ ଭଦ୍ରକ ଜିଲ୍ଲାର ମୁସଲମାନ ଭାଇ ଭଉଣୀ। ଏପରି ସମୟରେ ଏମାନଙ୍କୁ ସାହାଯ୍ୟରେ ହାତ ବଢାଇଥିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ। ବିଧାୟକଙ୍କ ସହଯୋଗ କ୍ରମେ ଦୁଇଟି ବସ ଯୋଗାଇ ଦିଆୟାଇଛି। ପ୍ରାୟ 96ଜଣ ଯାତ୍ରୀ ହଜ ଯାତ୍ରା ପାଇଁ କୋଲକାତା ବାହାରିଛନ୍ତି। ଏଥିବାକୁ ବିଧାୟକକଙ୍କ ଧନ୍ୟବାଦ ଜଣାଇଛନ୍ତି ମୁସଲମାନ ସମ୍ପ୍ରଦାୟ।

ସୋମବାର ଭଦ୍ରକୁ ଦୁଇଟି ବସ କୋଲକାତା ଅଭଇମୁଖେ ବାହାରିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଥିବା ନିଉ ଟାଉନ ସ୍ଥିତ ହଜ୍ ହାଉସରେ ଯାତ୍ରୀ ମାନେ ରହିବେ। ସେଠାରେ ନିର୍ଦ୍ଧାରିତ ନୀତି ନିୟମ ଅନୁସାରେ ସମସ୍ତ ହଜ୍ ଯାତ୍ରୀ ମାନଙ୍କ ଆନୁସାଙ୍ଗୀକ କାଗଜପତ୍ର ଯାଞ୍ଚ କରାଯିବା ସହ ଅନ୍ୟାନ୍ୟ ଔପଚାରିକତା ପୂରଣ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ହଜ ଯାତ୍ରୀ ମାନେ ଚଳିତ ମାସ 8 ତାରିଖରୁ ସେମାନଙ୍କ ହଜ ଯାତ୍ରା ଆରମ୍ଭ କରିବେ। ଜୁନ ମାସ 8 ତାରିଖ ଦିନ ସେମାନେ ନିର୍ଦ୍ଧାରିତ ବିମାନ ଯୋଗେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଯାଇ ସାଉଦି ଆରବ ସ୍ଥିତ ଜିଦ୍ଦା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ସେମାନେ ମକ୍କାରେ ରହି ଇସଲାମ ଧର୍ମ ଅନୁଯାୟୀ ହଜ ଯାତ୍ରାରେ ସାମିଲ ହେବେ।

ପରବର୍ତ୍ତୀ ସମୟରେ ମକ୍କାରୁ ସମସ୍ତ ହଜ୍ ଯାତ୍ରୀ ମାନେ ଏକତ୍ରିତ ହୋଇ ମଦିନା ଠାରେ ଥିବା ପ୍ରୋଫେଟ ମହମ୍ମଦଙ୍କ ଆସ୍ଥାନ ନିକଟ କୁ ଯାତ୍ରା ଆରମ୍ଭ କରିବେ। ସେଠାରେ ପ୍ରୋଫେଟ ମହମ୍ମଦଙ୍କ ଆସ୍ଥାନ କୁ ଦର୍ଶନ କରିବା ସହିତ ସାତ ଦିନ ପର୍ଯ୍ୟନ୍ତ ବିଶେଷ ପ୍ରାର୍ଥନା କରିବେ ବୋଲି ଜଣାପଡ଼ିଛି। ସାତ ଦିନ ପରେ ସମସ୍ତ ହଜ ଯାତ୍ରୀ ମାନେ ସେମାନଙ୍କ ପୂର୍ବ ନିର୍ଦ୍ଧାରିତ ସ୍ଥାନ ମକ୍କାକୁ ପ୍ରତ୍ୟାବର୍ତ୍ତନ କରିବେ। ପୁନଶ୍ଚ ସେଠାରୁ ଜିଦ୍ଦା ଆନ୍ତର୍ଜାତୀୟ ବିମାନ ବନ୍ଦର ରେ ପୂର୍ବ ନିର୍ଦ୍ଧାରିତ ବିମାନ ଯୋଗେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ଏହି ସମସ୍ତ କାର୍ଯ୍ୟକ୍ରମ 45 ଦିନ ଧରି ଜାରି ରହିବ ବୋଲି ସୂଚନା ମିଳିଛି।

ତେବେ ଚଳିତ ବର୍ଷ ଭଦ୍ରକ ଜିଲ୍ଲାରୁ ଯାଉଥିବା ମୋଟ 96 ଜଣ ହଜ ଯାତ୍ରୀଙ୍କ ମଧ୍ୟରୁ 73 ଜଣ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରୁ ବୋଲି ଜଣାପଡିଛି। ଏହି 73 ଜଣଙ୍କ ମଧ୍ୟରୁ 56 ଜଣ ପୁରୁଷ ହୋଇଥିବା ବେଳେ 17 ଜଣ ମହିଳା ହଜ ଯାତ୍ରୀ ଅଛନ୍ତି। ତେବେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ବ୍ୟତୀତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଅନ୍ୟ 23 ଜଣ ହଜ ଯାତ୍ରୀ ଅଛନ୍ତି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.