ETV Bharat / state

ଦୌଡି ଦୌଡି ଭଦ୍ରକରେ ପହଞ୍ଚିଲେ ଗୁଜୁରାଟ ଯୁବକ, ୬ ହଜାର କିମି ଅତିକ୍ରମ କରି ଗିନିଜ ୱାର୍ଲ୍ଡ ରେକର୍ଡ ଲକ୍ଷ୍ୟ

author img

By

Published : Apr 26, 2023, 9:31 AM IST

Updated : Apr 26, 2023, 2:17 PM IST

ସେଭ ୟୁଥ ସେଭ ନେସନ ବାର୍ତ୍ତା ସହିତ ମାରାଥନ ଦୌଡ ଆରମ୍ଭ କରିଛନ୍ତି ଗୁଜୁରାଟ ଯୁବକ ରୂପେଶ । 89 ଦିନ ମଧ୍ୟରେ 6000 କିମି ରାସ୍ତା ଦୌଡି ଗିନିଜ ୱାର୍ଲ୍ଡ ରେକର୍ଡ ଲକ୍ଷ୍ୟ । ଅଧିକ ପଢନ୍ତୁ

ଗୁଜୁରାଟ ଯୁବକଙ୍କ ମାରାଥନ ଦୌଡ
ଗୁଜୁରାଟ ଯୁବକଙ୍କ ମାରାଥନ ଦୌଡ
ଦୌଡି ଦୌଡି ଭଦ୍ରକରେ ପହଞ୍ଚିଲେ ଗୁଜୁରାଟ ଯୁବକ

ଭଦ୍ରକ: ସାମ୍ପ୍ରତିକ ସମୟରେ ଯୁବପିଢି ନିଶା ଏବଂ ମୋବାଇଲ ଫୋନର ବହୁଳ ବ୍ୟବହାର ଯୋଗୁଁ ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ଏକ ନିଶାମୁକ୍ତ ସମାଜ ଗଠନ ସହ ଯୁବପିଢିଙ୍କ ମଧ୍ୟରେ ମିତବ୍ୟୟିତା ବାର୍ତ୍ତା ପ୍ରସାର କରିବା ଲକ୍ଷ୍ୟ ନେଇ ମାରାଥନ ଦୌଡ ଆରମ୍ଭ କରିଛନ୍ତି ଗୁଜୁରାଟର ଯୁବକ ରୁପେଶ ମକାୱାନା । ସେଭ୍ ୟୁଥ, ସେଭ୍ ନେସନ ବାର୍ତ୍ତା ସହିତ ସେ ବିଭିନ୍ନ ରାଜ୍ୟ ଭ୍ରମଣ କରୁଛନ୍ତି । ଏପରି ଭାବେ ୮୯ ଦିନ ମଧ୍ୟରେ ୬୦୦୦ କିଲୋମିଟର ରାସ୍ତା ଅତିକ୍ରମ କରି ସେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହେବାକୁ ଲକ୍ଷ୍ୟ ରଖିଛନ୍ତି ସେ । ଇତିମଧ୍ୟରେ ରୁପେଶ ୪୨୦୦ କିଲୋମିଟର ପଥ ଅତିକ୍ରମ କରି ଏବେ ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି ।

ଗୁଜୁରାଟ ରାଜ୍ୟ ଅହମ୍ମଦାବାଦ ନିବାସୀ ହେଉଛନ୍ତି ରୁପେଶ ମକୱାନା । ଆର୍ ଏମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରୂପେଶ ଏବଂ ତାଙ୍କ ଟିମ ଏହି ମାରାଥନ ଦୌଡ଼ରେ ବାହାରିଛନ୍ତି । ଚଳିତ ବର୍ଷ ଫେବୃୟାରୀ ୨୧ରୁ ସେ ରାଜଧାନୀ ଦିଲ୍ଲୀରୁ ଦୌଡ ଆରମ୍ଭ କରିଥିଲେ । ଦିଲ୍ଲୀରୁ ବାହାରିଥିବା ଯାତ୍ରା ଏବେ ୪୨୦୦ କିମି ଅତିକ୍ରମ କରିସାରିଲାଣି । ରୁପେଶଙ୍କ ଦୌଡି ଦୌଡି ସ୍ଵର୍ଣ୍ଣ ଚତୁର୍ଭୁଜ କ୍ଷେତ୍ର ପାର୍ କରିବା ଲକ୍ଷ୍ୟ ରଖିଛନ୍ତି । ଯାହାର ଦୂରତା ହେଉଛି ୫,୯୩୨ କିଲୋମିଟର । ତାହା ପୁଣି ୮୯ ଦିନକ ମଧ୍ୟରେ । ଏହାସହିତ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନିତ ହେବା ପାଇଁ ରୁପେଶ ସର୍ବମୋଟ ୬ ହଜାର କିମି ଦୌଡ଼ିବା ସହ ଯୁବ ସମାଜକୁ ପଥଭ୍ରଷ୍ଟ ନହେବାକୁ ବାର୍ତ୍ତା ବାଣ୍ଟୁଛନ୍ତି ।

ରୁପେଶ କହିଛନ୍ତି, ଯୁବ ପିଢି ସୁସ୍ଥ ରହିଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ । ତେଣୁ ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢି ଯୋଗ ଏବଂ କ୍ରୀଡା କ୍ଷେତ୍ରରେ ମନ ନିବେଶ କରିବା ନିମନ୍ତେ ମଧ୍ୟ ସେ ସଚେତନତା ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛନ୍ତି । ଯୋଗ କ୍ଷେତ୍ରରେ ଆଜି ଭାରତ ବର୍ଷ ସମଗ୍ର ବିଶ୍ୱରେ ନେତୃତ୍ବ ନେଉଛି । ଯାହାକି ଦେଶ ପାଇଁ ଗର୍ବ ଏବଂ ଗୌରବର ବିଷୟ । ମୋଟାମୋଟି ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ଯୋଗ କରିବା ସହ କ୍ରୀଡାର ପ୍ରମୁଖ ଭୂମିକା ଥିବାବେଳେ ଏହାକୁ ଆଉ ପାଦେ ଆଗେଇ ନେଇଛନ୍ତି ଗୁଜୁରାଟର ଏହି ଯୁବକ ।

ରୁପେଶ ମକୱାନା ଅଦ୍ୟାବଧି ଦିଲ୍ଲୀରୁ ଦୌଡ଼ ଯାତ୍ରା ଆରମ୍ଭ କରି ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ ପହଞ୍ଚିଛନ୍ତି । ପ୍ରାୟ ୪୨୦୦ କିମି ରାସ୍ତା ଅତିକ୍ରମ କରିବା ପରେ ସେ ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି । ଏହାପରେ ରୁପେଶ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ ଅତିକ୍ରମ କରିବେ ବୋଲି ଜଣାପଡ଼ିଛି । ନିଜର ମାରାଥନ ଦୌଡ଼ ସମୟରେ ଯୁବପିଢ଼ିଙ୍କୁ ଫିଟ୍ ରହିବା ସହ ନିଶା କବଳରୁ ବର୍ତ୍ତିବା ପାଇଁ ବାର୍ତ୍ତା ବାଣ୍ଟିବେ । ଏହି ଅବସରରେ ଭଦ୍ରକ ସହରର ବନ୍ତ ଛକ ନିକଟରେ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏବଂ ତାଙ୍କ ଟିମକୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

Last Updated : Apr 26, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.