ETV Bharat / state

ସୀମା ବିବାଦକୁ ନେଇ ତୁମୂଳକାଣ୍ଡ, 144 ଧାରା ଜାରିକଲା ଜିଲ୍ଲା ପ୍ରଶାସନ

author img

By

Published : Apr 16, 2023, 8:28 PM IST

Updated : Apr 16, 2023, 8:37 PM IST

ସୀମା ବିବାଦ କୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡୋଗୋଳ । ଘଟଣା ସ୍ଥଳରେ ଶାନ୍ତି ବଜାୟ ରଖିବା ପାଇଁ ଏପ୍ରିଲ ମାସ 18 ତାରିଖ ଦିନ 11 ଟା ପର୍ଯ୍ୟନ୍ତ 144 ଧାରା ଜାରି କଲା ପ୍ରଶାସନ । ଅଧିକ ପଢ଼ନ୍ତୁ

144 ଧାରା ଜାରିକଲା ଜିଲ୍ଲା ପ୍ରଶାସନ
144 ଧାରା ଜାରିକଲା ଜିଲ୍ଲା ପ୍ରଶାସନ

ଶାନ୍ତି ବଜାୟ ରଥିବା ପାଇଁ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରସାଶନ

ଭଦ୍ରକ: ସୀମା ବିବାଦକୁ ନେଇ ତୁମୂଳକାଣ୍ଡ । ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ । ଶାନ୍ତି ବଜାୟ ରଥିବା ପାଇଁ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରସାଶନ । ଏପ୍ରିଲ 18 ତାରିଖ ଦିନ 11ଟା ପର୍ଯ୍ୟନ୍ତ 144 ଧାରା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ତେବେ ଭଦ୍ରକ ଜିଲ୍ଲା ଆପଣ୍ଡା ଛକର 200 ମିଟର ପର୍ଯ୍ୟନ୍ତ ଏହି 144 ଧାରା ଜାରି ରହିବ ବୋଲି ଜଣାପଡିଛି । ଭଦ୍ରକ କେନ୍ଦୁଝର ଜିଲ୍ଲା ସୀମାନ୍ତ 53 ନମ୍ବର ରାଜ୍ୟ ରାଜପଥର ଓରାଳୀ ଛକରେ କିଛି ଦିନ ହେବ ବିବାଦ ଲାଗ ରହିଥିଲା । ଗାତକଲି (ଶନିବାର) ଏହି ବିବାଦ ଉଗ୍ରରୂପ ନେଇଥିଲା । ଯାହାର ଫଳରେ 10ରୁ ଊର୍ଦ୍ଧ୍ବ ଦୋକାନ ପୋଡିବା ସହ ଦୁଇଟି କାର, ଅନେକ ବାଇକ ପୋଡି ଦେଇଥିଲେ ଦୁର୍ବୃତ୍ତମାନେ ।

ଏହି ସୀମା ବିବାଦକୁ ନେଇ ଲଙ୍କାକାଣ୍ଡ ଘଟିବା ପରେ ଆପଣ୍ଡା ଛକରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଛନ୍ତି । ଏଥିସହ ଏହି ବିବାଦ ନେଇ ସେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ତେବେ ସେଠାରେ ଶାନ୍ତି ବଜାୟ ରଖିବାକୁ ବିଧାୟକ ଲୋକମାନଙ୍କୁ ଅପିଲ କରିବା ସହ କ୍ଷତିପୂରଣ ଏବଂ ସୀମା ନିର୍ଦ୍ଧାରଣ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଓରାଳି ଛକରେ କେନ୍ଦୁଝର ଜିଲ୍ଲାର ଓରାଳି ଏବଂ ଭଦ୍ରକ ଜିଲ୍ଲାର ଆପଣ୍ଡା ଗାଁ ଲୋକେ ମିଳିମିଶି ଦୋକାନ କରି ବ୍ୟବସାୟ କରି ଆସୁଥିଲେ । ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ଏଠାରେ ଏକ ସାଇନ ବୋର୍ଡ ଲଗାଯାଇଥିଲା । ସେହି ସାଇନ ବୋର୍ଡରେ ଆପଣ୍ଡା ଜିରୋ କିଲୋ ମିଟର ଏବଂ ଓରାଳି ଏକ କିଲୋ ମିଟର ଲେଖାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଗତକାଲି ରାତିରେ ଆପଣ୍ଡା ଗାଁ ଲୋକେ ଛକରେ ସାଇନ ବୋର୍ଡ ଲଗାଇବାକୁ ଉଦ୍ୟମ କରିବା ବେଳେ ଓରାଳି ଲୋକେ ପ୍ରତିବାଦ କରିବାରୁ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା ।

ଉଭୟ ପକ୍ଷରୁ ପ୍ରାୟ 500ରୁ ଊର୍ଦ୍ଧ୍ବ ଲୋକେ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିବା ସହିତ ଉଭୟ ଉଭୟଙ୍କ ଦୋକାନ ଜାଳି ଦେଇଥିଲେ । ଏନେଇ ଖବର ପାଇ ହାଟଡିହି ଏବଂ ଅଗରପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣାର ସୂଚନା ପାଇ ଭଦ୍ରକରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ସିଟି ଡିଏସପି, ଆଡିସିନାଲ ଏସପି ଏବଂ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା, ଘସିପୁରା ଏବଂ ଆନନ୍ଦପୁର ଥାନା ପୋଲିସ ସହ ଆନନ୍ଦପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣ ଆସିଥିଲା । ତେବେ ଏହି ଘଟଣାରେ ଦୋଷୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Apr 16, 2023, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.