ETV Bharat / state

'ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେପି'

ଚଳିତ ନିର୍ବାଚନରେ ଓଡିଶାରେ ବିଜେପି ବହୁ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହେଉଥିବା ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିବ ।

author img

By

Published : Apr 23, 2019, 2:52 AM IST

ଫଟୋ ସୌଜନ୍ୟ: @dpradhanbjp

ଭଦ୍ରକ: ଜୋରଦାର ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନ ତାଙ୍କ ଫୋକସରେ ରହିଛି ଉପକୂଳ ଓଡିଶା । ଏହିକ୍ରମରେ ଆଜି(ସୋମବାର) ଭଦ୍ରକରେ ପ୍ରଚାର ପାଇଁ ପହଞ୍ଚିଛନ୍ତି ଧର୍ମେନ୍ଦ୍ର । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର କାପଡାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ସେ ।

ଚଳିତ ନିର୍ବାଚନରେ ଓଡିଶାରେ ବିଜେପି ବହୁ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହେଉଥିବା ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ବିଜେପି ଓଡିଶାରେ ଭଲ ପ୍ରଦର୍ଶନ କରିବ । ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗିରଫକୁ ଯଥାର୍ଥ ବୋଲି କହିଛନ୍ତି ସେ ।

ଅନ୍ୟପକ୍ଷେ ଚଳିତଥର ନିର୍ବାଚନରେ ଭୋଟର ତାଙ୍କ ସପକ୍ଷରେ ମତ ଦେବେ ବୋଲି ଆଶାବାଦୀ ଅଛନ୍ତି ଧାମନଗର ବିଜେପି ବିଧାୟକ ପ୍ରାର୍ଥୀ ବିଷ୍ଣୁ ସେଠୀ । ଏହି ନିର୍ବାଚନନୀ ସଭାରେ ଧାମନଗର ବିଜେପି ବିଧାୟକ ପ୍ରାର୍ଥୀ ବିଷ୍ଣୁ ସେଠୀ, ବାସୁଦେବପୁର ବିଜେପି ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ ଏବଂ ଭଦ୍ରକ ବିଜେପି ସାଂସଦ ପ୍ରାର୍ଥୀ ଆଭିମୁଖ୍ୟ ସେଠୀଙ୍କ ସମେତ ବହୁ ବରିଷ୍ଠ ନେତା ତଥା କର୍ମୀମାନେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

dfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.