ETV Bharat / state

ଭଦ୍ରକରେ ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

author img

By

Published : Nov 17, 2020, 8:07 PM IST

ଓଡିଶା ପ୍ରସିଦ୍ଧ ମା' ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । ଚତୁର୍ଥ ଦିନରେ ମା' ସିଂହବାହିନୀ ବେଶରେ ପୂଜା ପାଉଛନ୍ତି । ଅଧିକ ପଢନ୍ତୁ...

ଭଦ୍ରକରେ ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ଭଦ୍ରକରେ ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

ଭଦ୍ରକ: ଓଡିଶା ପ୍ରସିଦ୍ଧ ଭଦ୍ରକାଳୀ ପୂଜା ଭଦ୍ରକରେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଅବସରରେ ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ । ମା' ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତଦିନ ଧରି ମା' ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାଆନ୍ତି ।

ଆଜି(ମଙ୍ଗଳବାର) ଚତୁର୍ଥ ଦିନରେ ମା' ସିଂହବାହିନୀ ବେଶରେ ପୂଜା ପାଉଛନ୍ତି । ଏହି ଅବସରରେ ମା'ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି । କିନ୍ତୁ କରୋନା କଟକଣା ଯୋଗୁଁ ଏଥର ଫିକା ପଡିଛି ମା'ଙ୍କ ପୂଜା । କେବଳ ବିଧି ଅନୁଯାୟୀ ମା'ଙ୍କ ପୂଜା ଅନୁଷ୍ଠିତ ହେଉଛି । ମା' ତାଙ୍କ ବାହନ ସିଂହ ଉପରେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ଯ ଅଳଙ୍କାରରେ ଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସେହିପରି ଚାରି ହସ୍ତରେ ଖଡ୍ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା' ।

କିମ୍ବଦନ୍ତୀ ଅନୁଯାୟୀ ମା'ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କଲେ ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୋଇଥାଏ । ହେଲେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତ ମା'ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ସେହିପରି ସପ୍ତମାତୃକା ବେଶର ପଞ୍ଚମ ଦିନରେ ମା' ଜଗଦ୍ଧାତ୍ରୀ ବେଶରେ ପୂଜା ପାଇବେ । ଏହାପରେ ଷଷ୍ଠ ଦିବସରେ ମା' ସରସ୍ଵତୀ ଏବଂ ଶେଷରେ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ମା'।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.