ETV Bharat / state

କମୁଛି ବନ୍ୟା ପାଣି, ଫୁଲୁଛି ବୈତରଣୀ

ଭଦ୍ରକରେ ଆତଙ୍କ ସୃଷ୍ଟି କରୁଛି ବୈତରଣୀ ବନ୍ୟା ଜଳ । ରାଜ୍ୟର ସମସ୍ତ ଅଞ୍ଚଳରେ ବନ୍ୟା ପାଣି କମିଥିବାବେଳେ ଆଖୁଆପଦାରେ ଉଛୁଳୁଛି ବନ୍ୟା ଜଳ । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳ ।

author img

By

Published : Aug 19, 2019, 10:19 PM IST

ଫାଇଲ ଫଟୋ

ଭଦ୍ରକ: ରାଜ୍ୟରେ ବନ୍ୟା ପରିମାଣ କ୍ରମଶଃ ହ୍ରାସ ଘଟୁଛି । କିନ୍ତୁ ବୈତରଣୀ ନଦୀର ଜଳସ୍ତର ଏବେ ମଧ୍ୟ ବଢିବାରେ ଲାଗିଛି । ବିପଦ ସଂକେତ ଉପରେ ରାତ୍ରି ସୁଦ୍ଧା ଜଳ ପ୍ରବାହିତ ହେବ ବୋଲି ରିଲିଫ କମିଶନର ଚିଠି ଜାରି କରିଛନ୍ତି । ଆଖୁଆପଦା ଆନିକଟ ଠାରେ ଏହାର ବିପଦ ସଙ୍କେତ 17.83 ମିଟର। ହେଲେ ବର୍ତ୍ତମାନ ନଦୀର ଜଳ ସ୍ତର 17.76 ମିଟର ଅଛି।

କମୁଛି ବନ୍ୟା ପାଣି, ଫୁଲୁଛି ବୈତରଣୀ

ପ୍ରତି ଘଣ୍ଟାରେ ନଦୀର ଜଳସ୍ତର ପ୍ରାୟ 5 ସେ.ମି ରୁ 6 ସେ.ମି ବଢୁଛି ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଛି। ଯଦି ଏହା ବିପଦ ସଙ୍କେତ ଟପିବ, ତାହେଲେ ଧାମନଗର ଏବଂ ଭଣ୍ଡାରିପୋଖରୀ ବ୍ଲକ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଉପର ମୁଣ୍ଡରେ ବର୍ଷା କମିଥିବାରୁ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଟପି ନପାରେ ବୋଲି ଭଣ୍ଡାରିପୋଖରୀ ବିଡିଓ ସୂଚନା ଦେଇଛନ୍ତି।

ଏପଟେ ସମ୍ଭାବ୍ୟ ବନ୍ୟାକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପ୍ରଦ ସେଠୀ । ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ତାହାର ନିୟନ୍ତ୍ରଣ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବାନେଇ ସୂଚନା ଦେଇଛନ୍ତି ବିଡ଼ିଓ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଫୁଲୁଛି ବୈତରଣୀ ନଦୀ। ଆଖୁଆପଦା ଆନିକଟ ଠାରେ ଏହାର ବିପଦ ସଙ୍କେତ 17.83 ମିଟର। ହେଲେ ବର୍ତ୍ତମାନ ନଦୀର ଜଳ ସ୍ତର 17.76 ମିଟର ଅଛି।Body:ଫୁଲୁଛି ବୈତରଣୀ ନଦୀ। ଆଖୁଆପଦା ଆନିକଟ ଠାରେ ଏହାର ବିପଦ ସଙ୍କେତ 17.83 ମିଟର। ହେଲେ ବର୍ତ୍ତମାନ ନଦୀର ଜଳ ସ୍ତର 17.76 ମିଟର ଅଛି। ଘଣ୍ଟାକୁ ନଦୀର ଜଳସ୍ତର ପ୍ରାୟ 5 cm. ରୁ 6 cm. ବଢୁଛି ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଛି। ଯଦି ଏହା ବିପଦ ସଙ୍କେତ ଟପିବ, ତାହେଲେ ଧାମନଗର ଏବଂ ଭଣ୍ଡାରିପୋଖରୀ ବ୍ଲକ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଉପର ମୁଣ୍ଡରେ ବର୍ଷା କମିଥିବାରୁ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଟପି ନପାରେ ବୋଲି ଭଣ୍ଡାରିପୋଖରୀ ବିଡିଓ ସୂଚନା ଦେଇଛନ୍ତି। ତେବେ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହେବ, ତାହେଲେ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ସେ କହିଛନ୍ତି।
Bite : ବନମାଳୀ ତରେଇ_ବିଡିଓ ଭଣ୍ଡାରିପୋଖରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.