ETV Bharat / state

ଅଗ୍ନିକାଣ୍ଡରେ 5 ଗୋରୁ ଜୀବନ୍ତ ଦଗ୍ଧ, 9 ବଖରା ଘର ପୋଡି ପାଉଁଶ - ପୋଡି ପାଉଁଶ

ବଣିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା 3 ଟି ପରିବାରର 9 ବଖରା ଘର। ନିଆଁରେ ପୋଡି ହୋଇ 5 ଗୋରୁ ଜୀବନ୍ତ ଦଗ୍ଧ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ପ୍ରତିକାତ୍ମକ ଫଟୋ
author img

By

Published : Mar 29, 2019, 1:27 PM IST

ଭଦ୍ରକ: ଗତ ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର ବଣିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୌଣସି କାରଣରୁ ନିଆଁ ଲାଗି 3ଟି ପରିବାରର 9 ବଖରା ଘର ପୋଡି ପାଉଁଶ ହୋଇଯିବା ସହ 5ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ବଣିଆ ଗାଁରେ ରହୁଥିବା ଉମେଶ ଓଝାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଥିଲା। କ୍ରମଶଃ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବାରୁ 9ଟି ବଖରା ଘର ଭସ୍ମୀଭୂତ ହେବା ସହ 5ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁଁ ବହୁ ଧନସମ୍ପତ୍ତି ସହ ଆସବାପତ୍ର ପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ରାଉରକେଲା - ମୁଖ୍ୟ ସହର ର ଶିତଲପଡା ଅଂଚଳ ପାଇ କୌଣସି ସରକାରୀ ସୁବିଧା ରୁ ବସ୍ତି ବାସିନ୍ଦା ବଂଚିତ ଅଛନ୍ତି। ।ଏମାନେ ଆଇ ୱାର୍ଡ ନମ୍ବର 17 ରେ ଥିଲେ। କିନ୍ତୁ ଏବେ ସେମାନେ ନେ ୱାର୍ଡ ରେ ଅଛନ୍ତି ର ମହାନଗର ନିଗମ ରେ। କୌଣସି ସରକାରୀ ସୂବିଧା କି ସ୍କିମ ଏଠାରେ ଲାଗୁ ନ ,ହେବ ଯୋଗୁ ସ୍ଲାମସ୍ତେ ନାରାଜ। 
ନିର୍ବାଚନ ସମୟ ରେ ନେତା ଆସି ଥିଲେ ତଥା ସବୁ ସମସ୍ୟା ର ସମହଧାନ ପାଇଁ ଆଶ୍ୱାସନା ଦେଇ ଥିଲେ। କିନ୍ତୁ କିଛି ଖରିଲେ ନାହିଁ କି ଚେହ୍ରା ଦେଖାଇ ନାହାନ୍ତି। ଏହି ଭଳି ପରିସ୍ଥିତି ରେ ତାଙ୍କ ଭୋଟ ର କିଛି ମହତ୍ତ୍ୱ ନ ଥିବାରୁ ସେମାନେ ଭୋଟ ବର୍ଜନ କରିବେ ବୋଲି ରୋକ ଠୋକ ଭାବରେ ଜଣାଇ ଦେଇ ଛନ୍ତି।
ବାଇଟ- ଶିତଲପଡା ,ବାସିନ୍ଦା
ବାଇଟ- ଶିତଲପଡା ବାସିନ୍ଦା।
------
ରାଉରକେଲା - ନିର୍ବାଚନ ପାଖକୁ ଆସିବ ବେଳକୁ ମାଓବାଦୀ ମଧ୍ୟ ନିର୍ବାଚନ ବହିଷ୍କାର ପାଇଁ ଅପିଲ କରିବା ଆରମ୍ଭ କରି ଦେଇଛନ୍ତି। ଦକ୍ଷିଣ ଜୋନାଲ କମିଟି ତରଫରୁ ଏକ ବୟାନ ଜାରି କରି ନିର୍ବାଚନ ବହିଷ୍କାର ପାଇଁ ଅନୁରୋଧ କରିଛନ୍ତି। ଏହି ମାଓବାଦୀ ର କାର୍ଯ୍ୟକ୍ଷେତ୍ର ଝାରଖଣ୍ତ ର ସରଣ୍ଡା ଜଙ୍ଗଲ କୁ ଲାଗି ରହିଥିବା ସୁନ୍ଦରଗଡ ତଥା କେଓଁଝର ଜିଲ୍ଲା ର ବହୁତ ଗୁଡିକ ଅଂଚଳ ରହିଛି। କାଲି ସୀମାନ୍ତ ଝାରଖଣ୍ଡ ର କେତେକ ଅଂଚଳ ରେ ମାଓବାଦୀ ବ୍ୟାନର ଲଗାଇ ନିର୍ବାଚନ ବହିଷ୍କାର ଉପରେ ଗୁରୁତ୍ୱ ଦେଉ ଥିବା ସମୟ ରେ ଓଡିଶା ରେ ମଧ୍ୟ ନିର୍ବାଚନ ବହିଷ୍କାର ଉପରେ ଗୁରୁତ୍ୱ ଦେଇ ଗ୍ରାମବାସୀଙ୍କୁ ଭୟଭୀତ କରି ପାରନ୍ତି ବୋଲି କୁହ ଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.