ETV Bharat / state

ଜଳିଗଲା 12 ବଖରା, 4 ପରିବାର ସର୍ବସ୍ବାନ୍ତ

ଅଗ୍ନିକାଣ୍ଡରେ 4ଟି ପରିବାରର 12 ବଖରା ଭସ୍ମୀଭୂତ । ଅଗ୍ନିକାଣ୍ଡଟି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତରେ ରବିବାର ମଧ୍ୟାହ୍ନ ସମୟରେ ଘଟିଛି ।

author img

By

Published : Mar 24, 2019, 2:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ଭଦ୍ରକ: ଅଗ୍ନିକାଣ୍ଡରେ ହୁତୁହୁତୁ ହୋଇ ଜଳିଲା ଘର । ଏଥିରେ ସର୍ବସ୍ବାନ୍ତ ହୋଇଯାଇଛନ୍ତି 4ଟି ପରିବାରର ଲୋକ । ଅଗ୍ନିକାଣ୍ଡଟି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତରେ ରବିବାର ମଧ୍ୟାହ୍ନ ସମୟରେ ଘଟିଛି । ଏଥିରେ 4ଟି ପରିବାରର 12 ବଖରାସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ସୂଚନା ଅନୁଯାୟୀ, ରୋଷେଇ କରୁଥିବା ବେଳେ ଚୁଲିରୁ ନିଆଁ ଉଠି ଏଭଳି ଅଘଟଣ ଘଟିଛି । ଘଟଣା ବିଷୟରେ ଖବର ପାଇ ଆଗରପଡାରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ସେତେ ବେଳକୁ ଘରର ସମସ୍ତ ଆସବାବପତ୍ର, ଧାନ ଚାଉଳ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.