ETV Bharat / state

ବେଆଇନ ଗୋ-ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, 3 ଗୁରୁତର - fight between two groups over illegal cattle grazing

ଭଦ୍ରକ 16 ନମ୍ବର ଜାତୀୟ ରାଜପଥରେ ବେଆଇନ ଗୋ-ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । 3 ଗୁରୁତର ସୂଚନା । ଅଧିକ ପଢନ୍ତୁ...

ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, 3 ଗୁରୁତର

author img

By

Published : Mar 24, 2021, 12:48 PM IST

ଭଦ୍ରକ: ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏସ୍କାର୍ଟ ପାଟିଙ୍କ ଆକ୍ରମଣରେ 3 ଗୁରୁତର ସୂଚନା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା16 ନମ୍ବର ଜାତୀୟ ରାଜପଥର ରାଣିତାଲ ନିକଟରେ ।

ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, 3 ଗୁରୁତର

ସୂଚନାଯୋଗ୍ୟ ଯେ, 16 ନମ୍ବର ଜାତୀୟ ରାଜପଥରେ କଣ୍ଟେନର ଦ୍ବାରା ବେଆଇନ ଗୋ ଚାଲାଣ ହେଉଥିବା ଖବର ପାଇ ଗୋସୁରକ୍ଷା ସମିତିର କର୍ମକର୍ତ୍ତାମାନେ ରାଣୀତାଲ ନିକଟରେ 3ଟି କଣ୍ଟେନର ଅଟକାଇଥିଲେ । କଣ୍ଟେନର ଅଟକାଇବା ପରେ ଗୋରୁଚାଲାଣଙ୍କ ସୁରକ୍ଷାକାରୀ ଦଳ ଆସି ଗୋ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ଆକ୍ରମଣ କରି ଗୋଟିଏ କଣ୍ଟେନର ଛଡାଇନେଇଥିଲେ । ଅନ୍ୟ ଗୋଟିଏ କଣ୍ଟେନର ପଳାଇଯାଉଥିବା ବେଳେ କର୍ମକର୍ତ୍ତାମାନେ ମଇତାପୁର ନିକଟରେ ଅଟକାଇଥିଲେ । ଗୋରୁ କଣ୍ଟେନରକୁ ଅଟକାଇବା ବେଳେ 4 ରୁ ଅଧିକ ଗାଡିରେ ଆସିଥିବା ଗୋରୁଚାଲାଣଙ୍କ ସୁରକ୍ଷାକାରୀଦଳର ଯୁବକମାନେ ଆକ୍ରମଣ କରିଥିଲେ ।

ତେବେ ଏହି ଆକ୍ରମଣରେ 3 ଜଣ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତା ଗୁରୁତର ଅବସ୍ଥାରେରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଦୁଇଟି କଣ୍ଟେନରକୁ ଜବତ କରିଥିବା ସୂଚନା ମିଳିଛି। ତେବେ ଦୁଇ କଣ୍ଟେନରରେ 200ରୁ ଅଧିକ ଗୋରୁ ଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.