ETV Bharat / state

ପାଣିରେ ମିଳାଉନି କି ମାଟିରେ ମିଶୁନି, ନକଲି ସାରକୁ ନେଇ ଚିନ୍ତାରେ ଚାଷୀ - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ସାରର ଅଭାବୀ ବିକ୍ରି ଯୋଗୁଁ ଏବେ ବହୁଳ ମାତ୍ରାରେ ବଢ଼ି ଚାଲିଛି ସାରର କଳାବଜାରୀ । କିଛି ଅସାଧୁ ବ୍ୟବସାୟୀ ନକଲି ସାର ଆଣି ଚାଷୀଙ୍କୁ ଠକୁ ଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପାଣିରେ ମିଳାଉନି କି ମାଟିରେ ମିଶୁନି, ନକଲି ସାରକୁ ନେଇ ଚିନ୍ତାରେ ଚାଷୀ

author img

By

Published : Sep 30, 2021, 7:25 AM IST

ଭଦ୍ରକ: ନକଲି ସାରକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ । ଘଟଣା ପଦାକୁ ଆସିବା ପରେ ଥାନାରେ ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ସାରର ଅଭାବୀ ବିକ୍ରି ଯୋଗୁଁ ଏବେ ବହୁଳ ମାତ୍ରାରେ ବଢ଼ି ଚାଲିଛି ସାରର କଳାବଜାରୀ । କିଛି ଅସାଧୁ ବ୍ୟବସାୟୀ ନକଲି ସାର ଆଣି ଚାଷୀଙ୍କୁ ଠକୁଥିବାର ଅଭିଯୋଗ ହୋଇଛି ।

ପାଣିରେ ମିଳାଉନି କି ମାଟିରେ ମିଶୁନି, ନକଲି ସାରକୁ ନେଇ ଚିନ୍ତାରେ ଚାଷୀ

ଏହି ଅଞ୍ଚଳରେ ଥିବା ସମବାୟ ସମିତି ଗୁଡିକରେ ସାରର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ନକଲି ସାର ଚାଷୀମାନଙ୍କୁ ଅସୁବିଧାରେ ପକାଉଛି । ଏଥିସହ ଚାଷୀମାନେ ସାର ଦୋକାନୀମାନଙ୍କ ଠାରୁ ସାରକୁ ନେଇ ଅନ୍ୟତ୍ର ଓଜନ କରିବା ପରେ ତଫାତ ପରିଲିକ୍ଷିତ ହୋଇଛି । ଏହି ସାରକୁ ଚାଷୀମାନେ ନିଜ ଧାନ ବିଲରେ ପକାଇବା ପରେ ପାଣିରେ ଏହା ନମିଳାଇବା ସହ ଧାନଗଛ ମୂଳରେ ସେହି ଭଳି ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏପରିକି କିଛି ସ୍ଥାନରେ ଧାନ ଗଛ ମରି ଯାଉଛି ବୋଲି ଅଭିଯୋଗ ହେଉଛି।

ଏନେଇ ବିଭିନ୍ନ ପଞ୍ଚାୟତର ଚାଷୀମାନେ ଫାଣ୍ଡି ଅଧିକାରୀ ଓ ଚାନ୍ଦବାଲି ବ୍ଳକ କୃଷି ସଂପ୍ରସାରଣ ଅଧିକାରୀଙ୍କୁ ଅବଗତ ନିମନ୍ତେ ଜଣାଇବା ସହ ନକଲି ସାର ଦୋକାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହା ସହ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଏବଂ ମରିଥିବା ଧାନ ଗଛର କ୍ଷତିପୂରଣ ଦେବାକୁ ଚାଷୀମାନେ କହିଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀ କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.