ETV Bharat / state

ଫସଲ ବୀମାରୁ ବଞ୍ଚିତ ଚାଷୀଙ୍କ ବିକ୍ଷୋଭ - ତିହିଡି ବ୍ଲକ ଚାଷୀ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ସେବା ସମବାୟ ସମିତି ସମ୍ମୁଖରେ ଚାଷୀ ପକ୍ଷରୁ ବିକ୍ଷୋଭ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ହୋଇଥିବା ଏହି ଚାଷୀମାନେ ଏହାର ସଂଶୋଧନ ଦାବି କରିଛନ୍ତି ।

ଫସଲ ବୀମାରୁ ବଞ୍ଚିତ ଚାଷୀଙ୍କ ବିକ୍ଷୋଭ
ଫସଲ ବୀମାରୁ ବଞ୍ଚିତ ଚାଷୀଙ୍କ ବିକ୍ଷୋଭ
author img

By

Published : Sep 4, 2020, 7:07 AM IST

ଭଦ୍ରକ: ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ସେବା ସମବାୟ ସମିତି ସମ୍ମୁଖରେ ଚାଷୀ ପକ୍ଷରୁ ବିକ୍ଷୋଭ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ହୋଇଥିବା ଏହି ଚାଷୀମାନେ ଏହାର ସଂଶୋଧନ ଦାବି କରିଥିଲେ। ଏହି ସମିତିର ନରେନ୍ଦ୍ରପୁର, ଛତ୍ରପଦା, ଗୁରୁଦାସପୁର ଓ କଇଁଫୁଲିଆ ରାଜସ୍ବ ଗ୍ରାମର ଶତାଧିକ ଚାଷୀ ବୀମା ଭୁକ୍ତ ହୋଇ ପାରୁନାହାନ୍ତି । ନୂତନ ବନ୍ଦୋବସ୍ତ ଜମି ପଟ୍ଟାର ଅନଲାଇନ ଭୁଲେଖରେ ତୃଟି ଥିବାରୁ ଏହି ଚାଷୀମାନେ ବୀମାଭୁକ୍ତ ହେବାରୁ ବଞ୍ଚିତ ହେଉଥିବା ଜଣାଯାଇଛି।

ଫସଲ ବୀମାରୁ ବଞ୍ଚିତ ଚାଷୀଙ୍କ ବିକ୍ଷୋଭ

ଏହି ଚାଷୀମାନେ ବୀମା ରାଶି ସମିତି ମାଧ୍ୟମରେ ପ୍ରଦାନ କରିଥିବା ବେଳେ ୠଣ ନେଇ ଚାଷ କରିଥିଲେ। ମାତ୍ର ଚଳିତ ବନ୍ୟା ଓ ଲଗାଣ ବର୍ଷାରେ ଚାଷ ଜମିରେ ପାଣି ଜମାଟ ବାନ୍ଧିଛି। ଧାନ ଅମଳ ସେମାନଙ୍କ ପାଇଁ ସାତ ସପନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ହେବା ବଡ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ତହସିଲଦାରଙ୍କୁ ଦାବି ପ୍ରଦାନ କରି ଭୁଲେଖର ସଂଶୋଧନ ଦାବି କରିଥିଲେ। ଏହାର ବ୍ୟତିକ୍ରମ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବା ବୋଲି ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ସମବାୟ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା କହିଛନ୍ତି ସେବା ସମବାୟ ସମିତି ସମ୍ପାଦକ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.