ETV Bharat / state

ଧାନ କିଣିବା ଦାବିରେ ଚାଷୀଙ୍କ ପ୍ରତିବାଦ ଶୋଭାଯାତ୍ରା

author img

By

Published : Mar 25, 2021, 9:33 PM IST

ପ୍ରତି ପଞ୍ଚାୟତରେ ସରକାର ଧାନ ମଣ୍ଡି ନଖୋଲି ଧାନ କିଣାରେ ଟୋକନ ବ୍ୟବସ୍ଥାର ପ୍ରହସନ କରିବା ବିରୁଦ୍ଧରେ ଅଖିଳ ଭାରତ କୃଷକ ସଭା ସହବନ୍ଧିତ ଓଡିଶା କୃଷକ ସଭାର ପ୍ରତିବାଦ ଓ ଶୋଭାଯାତ୍ରା । ଅଧିକ ପଢନ୍ତୁ...

ଧାନ କିଣିବା ଦାବିରେ ଚାଷୀଙ୍କ ପ୍ରତିବାଦ ଶୋଭାଯାତ୍ରା
ଧାନ କିଣିବା ଦାବିରେ ଚାଷୀଙ୍କ ପ୍ରତିବାଦ ଶୋଭାଯାତ୍ରା

ଭଦ୍ରକ: ପ୍ରତି ପଞ୍ଚାୟତରେ ସରକାର ଧାନ ମଣ୍ଡି ନଖୋଲି ଧାନ କିଣାରେ ଟୋକନ ବ୍ୟବସ୍ଥାର ପ୍ରହସନ କରିବା ବିରୁଦ୍ଧରେ ଅଖିଳ ଭାରତ କୃଷକ ସଭା ସହବନ୍ଧିତ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ସହର ପରିକ୍ରମା କରାଯାଇଛି । ସଂଗଠନ ପକ୍ଷରୁ ଏକ ଲାଲ ପଟୁଆର ଭଦ୍ରକ ବନ୍ତ ଛକ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଥିଲେ ।

ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ଧାନ କିଣିବା ପାଇଁ ଚାଷୀଙ୍କୁ ଟୋକନ ଦିଆଯାଇ ବର୍ତ୍ତମାନ ଧାନ କିଣାର ଟାର୍ଗେଟ ସରିଯାଇଛି ବୋଲି କହିବା ନବୀନ ପଟ୍ଟନାୟକ ସରକାରର ଚାଷୀପ୍ରୀତିକୁ ପଦାରେ ପକାଇଛି ବୋଲି ଅଭିଯୋଗ କରିଛି ସଂଗଠନ । ଭଦ୍ରକ ଜିଲ୍ଲାର ପାଖାପାଖି 8000 ମେଟ୍ରିକ ଟନ୍ ଧାନ ଚାଷୀ ଓ ଭାଗଚାଷୀମାନଙ୍କ ପାଖରେ ପଡି ରହିଛି । ଜିଲ୍ଲାର ଅଳ୍ପ କିଛି ଚାଷୀ ଧାନ ବିକ୍ରି କରିଥିବାବେଳେ ଜଣେ ହେଲେବି ଭାଗଚାଷୀ ଧାନ ବିକ୍ରି କରିପାରିନାହାଁନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭାଗଚାଷୀଙ୍କ ଠାରୁ ଧାନ କିଣିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା କରିନାହାନ୍ତି । ଏହି ଧାନ କିଣାରେ ସରକାରୀ ଉଦାସୀନତା ବିରୁଦ୍ଧରେ ଓ ଚାଷୀ, ଭାଗଚାଷୀମାନଙ୍କ ଠାରୁ ତୁରନ୍ତ ଧାନ କିଣିବା ଦାବି ହୋଇଛି ।

ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣାରେ ବସି ରହିଥିଲେ । ଏହି ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ନାୟକ ସଭାପତିତ୍ବ କରିଥିବାବେଳେ ସମ୍ପାଦକ ପ୍ରଭାସ ମହାପାତ୍ର, ଯୁଗ୍ମ ସଂପାଦକ ବିକାଶ ନାଥ ପ୍ରମୁଖ ଯୋଗ ଦେଇଥିଲେ । ଧାନ କିଣାରେ ଶିଥିଳତା ଓ ନିଷ୍କ୍ରିୟତା ବିରୁଦ୍ଧରେ ଆସନ୍ତା 26 ତାରିଖ ଦିନ ଭରତ ବନ୍ଦ କରାଯିବ ବୋଲି ଚାଷୀ ନେତାମାନେ ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.