ETV Bharat / state

18 ଦଫା ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - front

ଶୁକ୍ରବାର  ଭଦ୍ରକ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ 18 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ;ସମ୍ବାଦଦାତା, ଭଦ୍ରକ
author img

By

Published : Jul 5, 2019, 8:13 PM IST

ଭଦ୍ରକ: 18 ଦଫା ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶୁକ୍ରବାର ଭଦ୍ରକ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ 18 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ;ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ଵରେ ଶୁକ୍ରବାର ଏହି ବିକ୍ଷୋଭ ପ୍ରର୍ଦଶନ କରାଯାଇଥିଲା । ଏଥିରେ ହଜାର ହଜାର ଚାଷୀ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହାଛଡା ଚାଷୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ସରକାରଙ୍କ ଉଦାସୀନତା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରାଇସ୍, ପ୍ରେସଟିଜ, ପେନସନ ଦାବି ସହିତ ସମସ୍ତଙ୍କୁ ବିନା ଅର୍ଥରେ ସମାନ ଶିକ୍ଷା, ସ୍ଵାସ୍ଥ୍ୟ ବ୍ୟବସ୍ଥା, ନିଯୁକ୍ତି, ଧାନର ସହାୟକ ମୂଲ୍ୟ 5000 ହଜାର ଟଙ୍କା, ଚାଷୀ ସୁରକ୍ଷା ବ୍ୟବସ୍ଥା ଆଦି ପ୍ରମୂଖ ଦାବି କରାଯାଇଥିଲା ।

ଏହାପରେ ଜିଲ୍ଲାପାଳଙ୍କ ଜରିଆରେ 18 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

Intro:Body:

dfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.