ETV Bharat / state

ଦାଦନ ଖଟିବାକୁ ଯାଇ ଫେରିନି ପୁଅ, ହତ୍ୟା ସନ୍ଦେହରେ ବୋହୂକୁ ଦାୟୀ କରି ନ୍ୟାୟ ମାଗୁଛି ମାଆ

author img

By

Published : Aug 24, 2022, 12:40 PM IST

ଦାଦନ ଖଟିବାକୁ ଯାଇ ଫେରିନି ପୁଅ । ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅନ୍ତର୍ଗତ କାଁପଡା ଦକ୍ଷିଣପାରି ଗାଁର ମକର ସେନ ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି । ସେବେଠୁ ତାଙ୍କ ପତ୍ତା ମିଳୁନାହିଁ। ମକରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୁଅର କୌଣସି ଖବର ନମିଳିବାରୁ ବୋହୂକୁ ଦାୟୀ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ମକରଙ୍କ ବୃଦ୍ଧା ମାଆ । ଅଧିକ ପଢନ୍ତୁ

ଦାଦନ ଖଟିବାକୁ ଯାଇ ଫେରିନି ପୁଅ, ହତ୍ୟା ସନ୍ଦେହରେ ବୋହୂକୁ ଦାୟୀ କରି ନ୍ଯାୟ ମାଗୁଛି ମାଆ

ଭଦ୍ରକ: ଦୁଇ ପଇସା ରୋଜଗାର କରି ପରିବାର ଚଳାଇବାକୁ ଦାଦନ ଖଟିବାକୁ ଯାଇଥିଲା ପୁଅ । ଯାଇଛି ଯେ ଯାଇଛି ଆଉ ଘରକୁ ଫେରିନାହିଁ । ପୁଅ ଫେରିବା ବାଟକୁ ଚାହିଁ ବସିଛି ମାଆ । ପୁଅ ଫଟୋ ଦେଖୁଛି ଆଉ ଆଖିରୁ ଲୁହ ଗଡେଇ କୋହ ଭରା କଣ୍ଠରେ କହୁଛି ବାବୁରେ ତୁ ଫେରିଆ ମୋ କୋଳକୁ । ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅନ୍ତର୍ଗତ କାଁପଡା ଦକ୍ଷିଣପାରି ଗାଁର ମକର ସେନ ଦାଦନ ଖଟିବାକୁ ଯାଇଥିଲେ। ସେବେଠୁ ତାଙ୍କ ପତ୍ତା ମିଳୁନାହିଁ । ମକରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୁଅର କୌଣସି ଖବର ନମିଳିବାରୁ ବୋହୂକୁ ଦାୟୀ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ମକରଙ୍କ ବୃଦ୍ଧା ମାଆ ହୁଣ୍ଡି ଦାସ ।

ସୂଚନାଅନୁଯାୟୀ ଗାଁର ନରେନ୍ଦ୍ର ଦାସଙ୍କ ପୁଅ ମକର ସେନ୍ ଦାସ ବିଗତ 15ବର୍ଷ ତଳେ ବାଂଶଡା ଥାନା ଅନ୍ତର୍ଗତ ବବି ଦାସଙ୍କୁ ବିବାହ କରିଥିଲେ । ଇତିମଧ୍ୟରେ ତାଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ପାରିବାରିକ କଳହରୁ ମକର ସେନଙ୍କ ସ୍ତ୍ରୀ ବବି ଦାସ ବାପାମାଆଙ୍କ ଠାରୁ ତାଙ୍କୁ ଦୂରେଇ ରଖିଥିଲେ। ପିଲାଙ୍କୁ ମାମୁଁ ଘରେ ଛାଡି ଉଭୟ ସ୍ବାମୀ ସ୍ତ୍ରୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଚିଙ୍ଗୁଡି ପ୍ଲାଣ୍ଟରେ ଉଭୟ କାମଧନ୍ଦା କରି ଏକାଠି ରହିଥିଲେ । ପ୍ରାୟ 9 ମାସ ପର୍ଯ୍ୟନ୍ତ ମକରସେନଙ୍କ ସହିତ ବାପାମାଆଙ୍କର ଯୋଗାଯୋଗ ଥିଲା । କିଛି ଦିନ ପୂର୍ବରୁ ମକରସେନ ମାଆଙ୍କୁ ଫୋନ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ । ସ୍ତ୍ରୀ ବବି ଦାସ ଏଥିରେ ପ୍ରମୁଖ ଭାବେ ସାମିଲ ରହୁଥିବା ମାଆଙ୍କୁ ମକର ସେନ କହିଥିବା ଜଣାପଡିଛି । ଏହା ପରେ ବିଗତ ଦୁଇ ମାସ ହେଲା ମକରସେନଙ୍କ ସହ କୌଣସି ଯୋଗାଯୋଗ ନହେବାରୁ ବାପା ମାଆଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ମକରସେନଙ୍କ ମାଆ ହୁଣ୍ଡି ଦାସ ପୁଅକୁ ଖୋଜିବା ଲାଗି ଗାଁର ଦୁଇ ଜଣଙ୍କୁ ସାଥିରେ ନେଇ ଗୁଣ୍ଟୁରକୁ ଯାଇଥିଲେ । ହେଲେ ସେଠାରେ ମକରସେନଙ୍କ କୌଣସି ପତ୍ତା ମିଳିନଥିଲା।

ଏହା ବି ପଢନ୍ତୁ...ସାରଥୀ ଆଶ୍ରମ ଖୋଲିବା ପଛରେ କିଏ, ବିଭିନ୍ନ ମହଲରୁ ବିରୋଧ

ସ୍ବାମୀ ସ୍ତ୍ରୀ ଏକାଠି ରହୁଥିଲେ ହେଲେ ମାସେ ହେଲା ତାଙ୍କର ସ୍ତ୍ରୀର କୌଣସି ପତ୍ତା ନାହିଁ । ମକରସେନଙ୍କୁ ସେମାନେ ଦେଖିବାକୁ ପାଉନଥିବାରୁ ତାଙ୍କୁ ହତ୍ୟା ସନ୍ଦେହ କରାଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ । ବୋହୂର ସନ୍ଧାନ ପାଇଁ ସେଠାରୁ ପ୍ରାୟ ଦୁଇ ଶହ କିଲୋମିଟର ଦୂରରେ ଏକ କମ୍ପାନୀରେ ପହଞ୍ଚିଥିଲେ । ସେଠାରେ ବୋହୂ ଅନ୍ୟ ଜଣେ ପୁରୁଷ ସହିତ ଏକାଠି ରହଥିଲା । ବୃଦ୍ଧା ମାଆ ତାଙ୍କର ପୁଅ ସମ୍ପର୍କରେ ବୋହୂକୁ ପଚାରିବାରୁ ସେ ପ୍ରଥମେ ଚିହ୍ନି ନଥିବା କହିବା ସହିତ ସେ ବବି ଦାସ ନୁହଁନ୍ତି ଏବଂ ସେ ବାଲେଶ୍ୱରରେ ବିବାହ କରି ନିଜ ସ୍ୱାମୀ ସହିତ ଏଠାରେ ରହି କାମଧନ୍ଦା କରୁଥିବା କହିଥିଲେ । ତେବେ ବୃଦ୍ଧାଙ୍କ ସହିତ ଯାଇଥିବା ଲୋକେ ବବିଙ୍କୁ ବାରମ୍ବାର ତାଗିତ କରିବାରୁ ସେ ମକରସେନ୍‌ଙ୍କୁ ମାରି ଦେଇଛନ୍ତି ବୋଲି କହିବା ସହିତ “ତମେ କଣ କରିବା କଥା କର” ବୋଲି ଧମକାଇ ସେଠାରୁ ତଡି ଦେଇଥିଲେ । ସେଠାରୁ ଫେରିବା ପରେ ବୃଦ୍ଧା ମାଆ ହୁଣ୍ଡି ଦାସ ତିହିଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ କୌଣସି ପଦକ୍ଷେପ ନେଇ ନଥିବାରୁ ନିରୁପାୟ ହୋଇ ଯାଇଥିଲେ ବୃଦ୍ଧା । ମାସେ ହେଲା ବୋହୂ ନିଜ ବାପଘର ମାଣିପୁର ଗାଁକୁ ଆସିଥିବା ଖବର ପାଇ ସେଠାକୁ ଯାଇ ବୋହୂକୁ ଭେଟିଥିଲେ ହୁଣ୍ଡି ଦାସ । ମାତ୍ର ବୋହୂ ବବି ଦାସ ଗାଳି ଗୁଲଜ କରି ଧକ୍କା ମାରିବା ସହିତ ମାରଣାସ୍ତ୍ର ଦେଖାଇ ଧମକାଇଥିଲେ । ବୃଦ୍ଧା ମାଆ ହୁଣ୍ଡି ଦାସ ଶେଷରେ ତିହିଡି ଥାନାରେ ଦ୍ୱାରସ୍ଥ ହେବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି । ହୁଣ୍ଡି ଦାସଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ମକରସେନ ମୃତ କି ଜୀବିତ ସେନେଇ ତଦନ୍ତ କରିବା ଲାଗି ଗ୍ରାମବାସୀ ମଧ୍ୟ ଥାନାରେ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ବିଭିନ୍ନ ଦିଗ ଉପରେ ପୋଲିସ ତଦନ୍ତ ଚଳାଇବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.